Latest Odisha News

BREAKING NEWS

ଆଜିଠୁ ଆରମ୍ଭ ଏଫ୍ଏଟିଏଫ୍‌ର ତିନିଦିନିଆ ବୈଠକ ; ଏଥର ବ୍ଲାକ୍‌ ଲିଷ୍ଟ୍‌ରୁ ହଟିବ କି ପାକିସ୍ତାନ?

ନୂଆଦିଲ୍ଲୀ: ଆଗାମୀ ଦିନରେ ପାକିସ୍ତାନର ସମସ୍ୟା ବଢିପାରେ  ବୋଲି ଆଶଙ୍କା କରାଯାଉଛି। ଫାଇନାନ୍‌ସିଆଲ୍‌ ଆକ୍ସନ୍ ଟାସ୍କ ଫୋର୍ସ (FATF) ର ତିନି ଦିନିଆ ଭର୍ଚୁଆଲ୍ ବୈଠକ ଆଜିଠୁ ଆରମ୍ଭ ହେବାକୁ ଯାଉଛି। ଏହି ବୈଠକରେ ପାକିସ୍ତାନର ଭବିଷ୍ୟତ ଉପରେ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ ନିଷ୍ପତ୍ତି ନିଆଯିବ ଯେ ଆତଙ୍କବାଦକୁ ଆଶ୍ରୟ ଦେଇଥିବାରୁ ପାକିସ୍ତାନକୁ ବ୍ଲାକ୍‌ ଲିଷ୍ଟ୍‌ରେ ରଖାଯିବ ନା ନାହିଁ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଯୋଗଦେବା ଏବଂ ଆତଙ୍କବାଦୀ ପାଣ୍ଠି ବନ୍ଦ କରିବାକୁ କୁହାଯାଇଥିଲା ଏଫ୍ଏଟିଏଫ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ଆତଙ୍କବାଦ ପାଣ୍ଠି ଏବଂ ଅର୍ଥ ହେରଫେରକୁ ରୋକିବା ପାଇଁ ଏଫ୍ଏଟିଏଫ୍ ରୁ ବୈଷୟିକ ପରାମର୍ଶକୁ କାର୍ଯ୍ୟକାରୀ କରିବାରେ ପାକିସ୍ତାନ ବହୁତ କମ୍ ଅଗ୍ରଗତି କରିଛି। ଏହା କୁହାଯାଉଛି ଯେ ୪୦ ଟି ସୁପାରିଶ ମଧ୍ୟରୁ କେବଳ ଦୁଇଟି ଉପରେ ଅଗ୍ରଗତି କରିଛି।

ସୂଚନାଯୋଗ୍ୟ କରୋନା ବିପର୍ଯ୍ୟୟ ପୂର୍ବରୁ ପାକିସ୍ତାନ ଏଫ୍ଏଟିଏଫ୍ ବ୍ଲାକ୍‌ ଲିଷ୍ଟ୍‌ରୁ ନିଜକୁ ହଟାଇବା ପାଇଁ ବଡ ଧରଣର ସଂର୍ଘଷ କରିଥିଲା। ତେବେ, ୨୦୧୯ର ଏକ ରିପୋର୍ଟ ଅନୁଯାୟୀ ଭାରତକୁ ଟାର୍ଗେଟ କରୁଥିବା ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ସଂଗଠନକୁ  ଅଧିକ ସମର୍ଥନ ପାକିସ୍ତାନ ପକ୍ଷରୁ ମିଳୁଛି।

Comments are closed.