Latest Odisha News

ଦଶହରା ଛୁଟିରେ ଦୁଇ ଦିନ ଦୁଇ ଘଣ୍ଟା ଲେଖାଏ ଖୋଲା ରହିବ RTO

ଭୁବନେଶ୍ୱର: ଆସନ୍ତା ୨୪ ଓ ୨୬ ତାରିଖ ଦଶହରା ଛୁଟି ଥିଲେ ବି ରାଜ୍ୟରେ ଖୋଲା ରହିବ ଆରଟିଓ । ପୂରା ଦିନ ନୁହେଁ, ଦୁଇ ଘଣ୍ଟା ପାଇଁ ଖୋଲା ରହିବ । କେବଳ ନୂଆ ଗାଡ଼ି ପଞ୍ଜିକରଣ ପାଇଁ ଦୁଇ ଘଣ୍ଟା ଆଞ୍ଚଳିକ ପରିବହନ ଅଫିସ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିଶନର ।

ସିଏମଭି ରୁଲ୍ ୧୯୮୯ର ଧାରା ୪୪ ଅନୁସାରେ ସୋରୁମରୁ ଗାଡ଼ି ବାହାରିବା ସମୟରେ ପ୍ରତି ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଡିଲର ପଏଣ୍ଟ କିମ୍ବା ସୋରୁମରେ ନୂଆ ଗାଡ଼ିର ରେଜିଷ୍ଟ୍ରେସନ୍ ସମୟରେ ଡିଜିଟାଲ୍ ଦସ୍ତଖତ ସହ କାଗଜପତ୍ର ପରିବହନ ବିଭାଗ ପୋର୍ଟାଲରେ ଅପଲୋଡ୍ କରିବା ଜରୁରୀ । ଯଦି ଗାଡ଼ି ହସ୍ତାନ୍ତର ପୂର୍ବରୁ ନମ୍ୱର ପ୍ଲେଟଟ ଲଗାଯାଇ ନଥିବ କି ଆରଟିଓଙ୍କ ବିନା ଅନୁମତିରେ ନମ୍ୱର ପ୍ଲେଟ ଲାଗିଥିଲେ କାର୍ଯ୍ୟାନୁଷ୍ଠାନ ହେବ ।


ଦୁର୍ଗାପୂଜା ଅବସରରେ ରାଜ୍ୟରେ ଅଧିକ ସଂଖ୍ୟାରେ ଗାଡ଼ି ବିକ୍ରି ହୋଇଛି । ଦଶହରା ପାଇଁ ୨୩ ତାରିଖରୁ ୨୬ ତାରିଖ ଚାରି ଦିନ ଛୁଟି ରହିଛି । ଏଭଳି ସ୍ଥିତିରେ ଡିଲର ନୂଆ ଗାଡ଼ିର ରେଜିଷ୍ଟ୍ରେସନ୍ କରାଇବାରେ ଅସୁବିଧା ଭୋଗିବା ଆଶଙ୍କା ଦେଖାଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ୨୪ ଓ ୨୬ ତାରିଖ ଦୁଇ ଦିନ ଅପରାହ୍ଣ ୩ଟାରୁ ୫ଟା ଯାଏ ଆରଟିଓଗୁଡ଼ିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.