ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପ୍ଲାଜମା ଥେରାପି ଏବଂ ରେମଡିସିଭର ଚିକିତ୍ସା ବନ୍ଦ ହେବନି । ଯେପର୍ଯ୍ୟନ୍ତ ଆଇସିଏମଆର ଲିଖିତ ଭାବେ ଜଣାଇନାହିଁ , ସେଯାଏଁ ରାଜ୍ୟସରକାର ଚିକିତ୍ସା ଜାରି ରଖିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।
ସେ କହିଛନ୍ତି ଯେ, ରେମଡିସିଭର ଚିକିତ୍ସା ଓ ପ୍ଲାଜମା ଥେରାପି ଫଳପ୍ରଦ ହେଉନଥିବା କେବଳ ଗଣମାଧ୍ୟମରେ ଜାଣିବାକୁ ମିଳୁଛି । କିନ୍ତୁ ଆଇସିଏମଆରରୁ ଏଯାଏଁ କିଛି ନିର୍ଦ୍ଦେଶ ଆସିନାହିଁ । ତେଣୁ ନିର୍ଦ୍ଦେଶ ଆସିବା ଯାଏଁ ରାଜ୍ୟରେ ଚିକିତ୍ସା ଜାରି ରହିବ ।
Comments are closed.