Latest Odisha News

BREAKING NEWS

ଅସନ୍ତୁଷ୍ଟ ସୁପର କିଙ୍ଗସ୍ ମ୍ୟାନେଜମେଣ୍ଟ, ବାଦ୍ ପଡିବେ ପ୍ରମୁଖ ଖେଳାଳି !

ତାମିଲନାଡୁ: ଦିନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ସବୁଠୁ ଭରଷାଯୋଗ୍ୟ ଦଳ ଥିଲା ଚେନ୍ନାଇ ସୁପର୍ କିଙ୍ଗସ୍ । ହେଲେ ଏବେ ସତେ ଯେପରି ସେ ଦିନ ଅତୀତ ହୋଇଯାଇଛି । ଚଳିତବର୍ଷ ଆଇପିଏଲ୍‌ରେ ଖେଳାଳିଙ୍କ ନିରାଶାଜନକ ପ୍ରଦର୍ଶନ ନେଇ ମୁଖ୍ୟ କୋଚ୍ ଫ୍ଲେମିଂ ସ୍ୱିକାର କରିବା ପରେ ଦଳର ମ୍ୟାନେଜମେଣ୍ଟ ଅସନ୍ତୁଷ୍ଟ ଥିବା ଜଣାପଡିଛି ।

ତାଜା ସ୍ଥିତିରେ ଚେନ୍ନାଇ ଦଲ ପଏଣ୍ଟ ମାମଲାରେ ସବୁଠୁ ତଳେ ରହିଛି । ୧୦ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟ ହାସଲ କରିଛି । ଆକଳନ କହୁଛି ଚେନ୍ନାଇ ଏବେ ବି ପ୍ଲେଅଫ୍‌ରେ ଯୋଗ୍ୟତା ହାସଲ କରିପାରିବ । ହେଲେ ଆଉ ଏକ ପରାଜୟ ତାଙ୍କ ସ୍ୱପ୍ନକୁ ଧୂଳିସାତ କରିଦେବ । ଆକ୍ରମଣାତ୍ମକ ମନୋଭାବରେ ଏହି ଦଳ ନିଶ୍ଚିତ ଭାବେ ଦୁର୍ବଳ ରହିଛି । । ୱାଟ୍‌ସନ୍‌, ଫାଫ୍ ଡୁ ପ୍ଲେସିସ୍‌, ଧୋନୀ ଓ ରାୟଡୁଙ୍କ ଭଳି ଖେଳାଳି ଭଲ ଆରମ୍ଭ ଦେଇ ମ୍ୟାଚକୁ ଜିତାଇବାରେ ବିଫଳ ହୋଇଛନ୍ତି ।

ଅନ୍ୟପଟେ ବିଫଳତା ପରେ ବି କେଦାର ଯାଦବଙ୍କୁ କ୍ରମାଗତ ମ୍ୟାଚ ଖେଳାଇବା ନେଇ ଧୋନୀଙ୍କ ଅଧିନାୟତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଖବର ମିଳିଛି ଆଗାମୀ ବର୍ଷ ଯଦି ଖେଳାଳୀଙ୍କର ବିଡିଂ ହୁଏ, ତେବେ କେଦାର ନିଶ୍ଚିତ ଭାବେ ଦଳରୁ ବାଦ୍ ପଡିବେ ।

୨୦୧୮-୧୯ରେ ଚେନ୍ନାଇ ଦଳକୁ ବୁଢା ବୋଲି ସମ୍ବୋଧନ କରାଯାଇଥିଲା । ହେଲେ ଏହି ଦଳ ଉଚ୍ଚକୋଟୀର ଖେଳ ଦେଖାଇ ଏହାର ଜବାବ ଦେଇଥିଲା । ଦଳରେ ଅଧିକାଂଶ ଖେଳାଳିଙ୍କର ବୟସ ୩୦ରୁ ୩୫ ମଧ୍ୟରେ ଥିବାବେଳେ ଟିମ୍ ମ୍ୟାନେଜମେଣ୍ଟ ଏବେ ଯୁବ ଖେଳାଳିଙ୍କୁ ନେବାକୁ ଚାହୁଁଛି । ୱାଟସନ୍‌, ପିୟୁଷ ଚାୱଲା, କେଦାର ଯାଦବ ଓ ଇମ୍ରାନ ତାହିରଙ୍କ ଭଳି ଖେଳାଳି ବାଦ୍ ପଡିପାରନ୍ତି । ଅନ୍ୟପଟେ ସୁରେଶ ରାଇନା ଓ ହରଭଜନ ସିଂ ଭଳି ଖେଳାଳିଙ୍କର ୩ ବର୍ଷୀୟା ଚୁକ୍ତି ମଧ୍ୟ ଚଳିତବର୍ଷ ସମାପ୍ତ ହୋଇଛି ।

୩୯ ବର୍ଷୀୟ ଧୋନୀ ଜାତୀୟ କ୍ରିକେଟ ଦଳରୁ ସନ୍ୟାସ ନେଇଥିଲେ ବି ଆଇପିଏଲରେ ତାଙ୍କ ପ୍ରଦର୍ଶନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟି୨୦ କ୍ରିକେଟ୍ ଫର୍ମାଟରୁ ସନ୍ୟାସ ନେବା ନେଇ ଧୋନୀ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ତେବେ ଧୋନୀଙ୍କୁ ନେଇ ଚେନ୍ନାଇର ବ୍ରାଣ୍ଡିଂ ହୋଇଥିବାରୁ ୨୦୨୧ରେ ମଧ୍ୟ ତାଙ୍କୁ ଚେନ୍ନାଇର ଅଧିନାୟକତ୍ୱ ଭାର ଦେଇପାରେ ।

Leave A Reply

Your email address will not be published.