Latest Odisha News

BREAKING NEWS

[ଭିଡିଓ] ବଜାରକୁ ଆସିବ ନନ୍‌ଭେଜ ଫ୍ଲେବର୍‌ର ଆଇସକ୍ରିମ୍ ‌!

ଭୁବନେଶ୍ୱର: ବର୍ଷ ୨୦୨୦ ଅନେକ ଅଜବଗଜବ ଖାଦ୍ୟ ସାମ୍ନାକୁ ଆଣିଥିଲା । ଚକୋଲେଟ୍ ଚିକେନଠାରୁ ଆରମ୍ଭ କରି ଆଇସକ୍ରିମ୍ ବରା ସାଙ୍ଗକୁ ରେଡ୍ ସସ୍ ପାସ୍ତା ଦୋଷା ବିଷୟରେ ବି ଲୋକେ ଜାଣିବାକୁ ତଥା ଚାଖିବାକୁ ପାଇଥିଲେ । ହେଲେ ଏବେ ଖବର ମିଳିଛି ଏକ ସଂସ୍ଥା କୁଆଡେ ମାଂସ ଫ୍ଲେବରର ଆଇସକ୍ରିମ୍ ବି ପ୍ରସ୍ତୁତ କରିସାରିଛି ।

ଋଷିଆର ଏକ ମାଂସ ଓ କ୍ଷୀର ରପ୍ତାନିକାରୀ ସଂସ୍ଥା ମିନ୍‌ସ୍କ । ଏହି ସଂସ୍ଥାର କିଛ ଗବେଷକ ଏକ ଅଜବ କଳ୍ପନାକୁ ସତ କରିଦେଖାଇଛନ୍ତି । ମାଂସ ଓ ଆଇସ୍‌କ୍ରିମ୍‌କୁ ମିଶାଇ ପ୍ରସ୍ତୁତ କରିଛନ୍ତି ଆଇସ୍ ମିଟ୍ ବା ମାଂସ ଆଇସକ୍ରିମ୍ । ପ୍ରଥମ ଥର ପାଇଁ ଏହି ମାଂସ ଆଇସକ୍ରିମକୁ ଚଳିତବର୍ଷ ସେପ୍ଟେମ୍ବର ମାସରେ ବେଲାଗ୍ରୋ ପ୍ରଦର୍ଶନୀରେ ଲୋକଙ୍କୁ ଚାଖିବାକୁ ଦିଆଯାଇଥିଲା ।

ମାଂସ ଆଇସ୍‌କ୍ରିମ୍ ପ୍ରସ୍ତୁତ କରିବାର ରେସିପି ୟୁଟ୍ୟୁବରେ ଏକ ଭିଡିଓ ମାଧ୍ୟମରେ ଦର୍ଶାଯାଇଛି । ଭିଡିଓରେ ଜଣେ ବ୍ୟକ୍ତି ଆଇସକ୍ରିମ୍ ପ୍ରସ୍ତୁତକାରୀ ଯନ୍ତ୍ରରେ କିଛି ତରଳ ପଦାର୍ଥ ଓ ମାଂସ ପକାଇବାରେ ଦେଖାଯାଇପାରେ ।

(Courtesy: YouTube, Ruptly)

ଏହି ଆଇସ୍‌କ୍ରିମ ବେଶ ସ୍ୱାସ୍ଥ୍ୟକର ହେବା ସହ ସ୍ନାକ୍ସ ରୂପେ ଗ୍ରହଣ କରାଯାଇପାରିବ । ତା ଛଡା ଏଥିରେ ଚିନି ପଡୁନଥିବାରୁ ଏହାକୁ ଡାଇବେଟିସ୍‌ରେ ପୀଡିତ ଲୋକମାନେ ମଧ୍ୟ ଗ୍ରହଣ କରିପାରିବେ ବୋଲି ଗବେଷକମାନେ ମତ୍ତ ରଖିଛନ୍ତି । ତେବେ ବଜାରକୁ ଆସିବା ପରେ ଏହି ଆଇସକ୍ରିମକୁ ନେଇ ଲୋକଙ୍କ ପ୍ରତିକ୍ରିୟା କିଭଳି ରହିବ, ତାହାକୁ ନେଇ ଖୋଦ ଗବେଷକମାନ ବି ସ୍ପଷ୍ଟ ନାହାନ୍ତି ।

Leave A Reply

Your email address will not be published.