Latest Odisha News

BREAKING NEWS

ଘଣ୍ଟେଶ୍ୱର ଡିଗ୍ରୀ କଲେଜର ସଫଳତା; ସଂସ୍କୃତରେ ପ୍ରତିମା ଏଫ୍ଏମ୍ ୟୁନିଭର୍ସିଟି ଟପ୍ପର

ଘଣ୍ଟେଶ୍ୱର : ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଡିଗ୍ରୀ କଲେଜର ଛାତ୍ରୀ ପ୍ରତିମା ଭାରତୀ ସ୍ନାତକ ପରୀକ୍ଷାର ସଂସ୍କୃତ ସମ୍ମାନରେ ଫକୀର ମୋହନ ବିଶ୍ବବିଦ୍ୟାଳୟର ଟପ୍ପର ହୋଇଛନ୍ତି। ପ୍ରତିମା ୮୫.୭୨ ପ୍ରତିଶତ ନମ୍ବର ରଖି ଏହି ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।

ପ୍ରତିମା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳ କେଶରପୁର ଗାଁର ଗଙ୍ଗାଧର ଭାରତୀ ଓ କୁସୁମ ଭାରତୀଙ୍କ ଝିଅ। ନିଜ ସଫଳତା ପାଇଁ ପ୍ରତିମା ବାପା, ମା’ଙ୍କ ସହ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି। ପ୍ରତିଦିନ ୬ରୁ ୮ ଘଣ୍ଟା ପାଠ ପଢୁଥିଲେ ବୋଲି ପ୍ରତିମା କହିଛନ୍ତି।

ଭଲ ନମ୍ବରରେ ପାସ୍ କରିବେ ବୋଲି ତାଙ୍କର ବିଶ୍ବାସ ଥିଲା, କିନ୍ତୁ ଟପ୍ପର ହୋଇଥିବା ଜାଣିବା ପରେ ସେ ବହୁତ୍ ଖୁସିଥିବା କହିଛନ୍ତି। ପରିବାର ଓ ତାଙ୍କ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତାଙ୍କୁ ପାଠ ପଢ଼ାରେ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଭବିଷ୍ୟତରେ ଶିକ୍ଷକତା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରତିମା କହିଛନ୍ତି। ଏହି ସଫଳତା ପରେ ଘଣ୍ଟେଶ୍ୱର ଡିଗ୍ରୀ କଲେଜର ଅଧ୍ୟକ୍ଷ ବିଜୟ କୁମାର ଦାସ, ସଂସ୍କୃତ ଅଧ୍ୟାପକ ଡ. ରାଧାପଦ ଘୋଷ ଓ ଶିକ୍ଷକ ଅଭାୟକାନ୍ତ ପଣ୍ଡା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଥାଉକି, ପ୍ରତିମା +୨ ରେ ମଧ୍ୟ ୬୦୦ରୁ ୪୫୬ ମାର୍କ ରଖି ଘଣ୍ଟେଶ୍ୱର ଜୁନିଅର କଲେଜ ଟପ୍ପର ହୋଇଥିଲେ |

Leave A Reply

Your email address will not be published.