Latest Odisha News

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୧୪ ଟି ପଞ୍ଚାୟତ ପାଇଁ ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ଜିଲ୍ଲାର ୫ ଟି ବ୍ଲକ ପାଇଁ ୨୩.୭୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ ଏମ୍. ରାମପୁର, କଟକ ଜିଲ୍ଲାର ନରସିଂହପୁର, କୋରାପୁଟ ଜିଲ୍ଲାର କୁନ୍ଦ୍ରା, ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ।

ଆଜି ମୁଖ୍ୟମନ୍ତ୍ରୀ କେସିଙ୍ଗା ବ୍ଲକର ୨୬ ଟି ପଞ୍ଚା ୟତ ପାଇଁ ୫.୫୦ କୋଟି ଟଙ୍କାରେ ୨୪୦ ଟି ପ୍ରକଳ୍ପ , ଏମ୍. ରାମପୁର ବ୍ଲକର ୧୯ଟି ପଚାଂୟତ ପାଇଁ ୩.୮୦ କୋଟି ଟଙ୍କାରେ ୧୩୬ ଟି ପ୍ରକଳ୍ପ, ନରସିଂହପୁର ବ୍ଲକର ୩୭ ଟି ପଚାଂୟତ ପାଇଁ ୫.୯୭ କୋଟି ଟଙ୍କାରେ ୩୨୦ଟି ପ୍ରକଳ୍ପ, କୁନ୍ଦ୍ରା ବ୍ଲକର ୧୬ଟି ପଚାଂୟତ ପାଇଁ ୪.୯୦ କୋଟି ଟଙ୍କାରେ ୨୧୫ଟି ପ୍ରକଳ୍ପ ଓ ଶୁଳିଆପଦା ବ୍ଲକର ୧୬ ଟି ପଚାଂୟତ ପାଇଁ ୩.୬୦ କୋଟି ଟଙ୍କାରେ ୧୩୪ ଟି ପ୍ରକଳ୍ପ । ଏହିପରି ସମୁଦାୟ ୫ଟି ବ୍ଲକର ୧୧୪ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୩.୭୨ କୋଟି ଟଙ୍କାରେ ୧୦୪୫ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୬୦ ଟି ବ୍ଲକର ୫୬୫୨ ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନ ମାଧ୍ୟମରେ ୫୨,୨୭୪ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପାଇଁ ୧୨୮୪.୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନା ଅନୁଯାୟୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.