Latest Odisha News

BREAKING NEWS

ପରଲୋକରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିରଞ୍ଚି ନାରାୟଣ ପୁହାଣ

ଭୁବନେଶ୍ୱର: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ତଥା ଶିକ୍ଷାବିତ୍ ଡକ୍ଟର ବିରଞ୍ଚି ନାରାୟଣ ପୁହାଣଙ୍କ ପରଲୋକ ହୋଇଛି । ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

କଟକ ସାଲେପୁର ନିକଟ ଗୁଆଳି ଗାଁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପୁହାଣ ରେଭେନସା କଲେଜରୁ ପାଠପଢା ଶେଷ କରିଥିଲେ । ୧୯୭୪ ମସିହାରେ କାନାଡାର ମାନିତୋବା ବିଶ୍ୱବିଦ୍ୟାଳୟରୁ ସେ ନିଜ ପିଏଚ୍‌ଡି ଶେଷ କରିଥିଲେ । ବିଭିନ୍ନ କଲେଜରେ ଶିକ୍ଷାଦାନ ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ । ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ଶିକ୍ଷାଦାନ କରିବା ସହ ପିଜି କାଉନସିଲ ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । ୨୦୦୧ ମସିହାରେ ସେ ଅବସର ଗ୍ରହଣ କରିଥିଲେ ।

ପରବର୍ତ୍ତୀ ସମୟରେ ବାରିପଦାସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ଦାୟିତ୍ୱ ନେଇ କରି ସେ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ଓ ପାଠ୍ୟକ୍ରମ ବ୍ୟବସ୍ଥିତ କରିବା ଦିଗରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୟୁଜିସି ଓ ଆଇସିଏସ୍‌ଏସ୍‌ଆର୍ ଭଳି ପ୍ରମୁଖ ଶିକ୍ଷା ସଂସ୍ଥାନଗୁଡିକରେ ସାମିଲ ହେବା ସହ ଅନେକ ଥର ସେ ବିଭିନ୍ନ ବିଶ୍ୱବିଦ୍ୟାଳୟର ମୂଲ୍ୟାୟନ ପାଇଁ ନାକ୍ ଦ୍ୱାରା ଗଠିତ କମିଟିଗୁଡିକରେ ସଦସ୍ୟ ରହିଥିଲେ ।

ମନୋବିଜ୍ଞାନ ସମ୍ପର୍କୀତ ବିଷୟବସ୍ତୁରେ ତାଙ୍କର ବହୁ ସଂଖ୍ୟାରେ ଗବେଷଣାତ୍ମକ ସନ୍ଦର୍ଭ ଓ ନିବନ୍ଧ ବିଭିନ୍ନ ପ୍ରମୁଖ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ।

Leave A Reply

Your email address will not be published.