Latest Odisha News

BREAKING NEWS

ପାଟଣାରେ ପ୍ରଚାର ବେଳେ ଜେଡିଆରପି ନେତାଙ୍କୁ ଗୁଳି କରି ହତ୍ୟା

ପାଟଣା: ବିହାରରେ ନିର୍ବାଚନୀ ହିଂସା । ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତା ନାରାୟଣ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ସିଓହର ଜିଲ୍ଲାର ହାଥସରରେ ଘଟିଛି ଏହି ଘଟଣା ।

ମିିଳିଥିବା ସୂଚନା ଅନୁଯୟୀ, ନାରାୟଣ ନିର୍ବାଚନ ପ୍ରଚାର କରୁଥିବା ବେଳେ ଦୁର୍ବୁତ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନାରେତ୍ତଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ସହ ପ୍ରଚାରରେ ସାମିଲ ଥିବା ଦୁଇ ଯୁବକଙ୍କୁ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସନ୍ଦେହରେ ପୋଲିସ ଗିରଫ କରିଛି । ଏଥିରେ ସଂପୃକ୍ତ ଥିବା ଅନ୍ୟ ଚାରି ଜଣଙ୍କୁ ପୋଲିସ ଖୋଜୁଛି ।

Leave A Reply

Your email address will not be published.