Latest Odisha News

BREAKING NEWS

ବରମୁଣ୍ଡା ଓଭରବ୍ରିଜ ନିକଟରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ବରମୁଣ୍ଡ ଓଭରବ୍ରିଜ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ତାଙ୍କ ଦେହରେ କ୍ଷତ ଚିହ୍ନ ରହିଛି ।
ମୃତକଙ୍କ ପରିଚୟ ମିଳି ପାରିନାହିଁ । ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ନିକଟ ନାଳରୁ ଗୋଟିଏ କଳା ରଙ୍ଗର ବାଇକ୍ ମିଳିଛି । ଗାଡ଼ି ନମ୍ୱର ରହିଛି OD02Q-2965। ଦୁର୍ଘଟଣାରେ ଯୁବକଙ୍କର ମୃତ୍ୟୁ ହୋଇଛି ନା କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଛି ଏଯାଏ ସ୍ପଷ୍ଟ ହୋଇନି । ପୋଲିସ ତଦନ୍ତ କରୁଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ସାମନାକୁ ଆସିବ ।

Leave A Reply

Your email address will not be published.