Latest Odisha News

BREAKING NEWS

ଦେଶର ଇଞ୍ଚେ ଜମି କାହାକୁ ଦେବୁ ନାହିଁ: ରାଜନାଥ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଜୟା ଦଶମୀ ଅବସରରେ ରବିବାର ଦିନ ସିକ୍କିମର ନାଥୁ ଲାରେ ଚୀନ୍ ସୀମା ନିକଟରେ ପାରମ୍ପାରିକ ଭାବେ ଶସ୍ତ୍ର ପୂଜା କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ ସୀମାରେ ଉତ୍ତେଜନା ସମାପ୍ତ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଚାହୁଁଛି । ହେଲେ ସୀମାରେ ଏବେବି ଉତ୍ତେଜନା ରହିଛି । କିନ୍ତୁ ଦେଶର ସୁରକ୍ଷା ପାଇଁ ନିୟୋଜିତ ଯବାନ ମାନେ ଇଞ୍ଚେ ଜମିକୁ ବି କାହା ହାତକୁ ଯିବାକୁ ଦେବେ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସେନା ଓ ଯବାନ ମାନଙ୍କ ସହ ସାକ୍ଷାତ କଲେ ତାଙ୍କୁ ବହୁତ ଖୁସି ଅନୁଭୂତ ହୋଇଥାଏ । ଆଗାମୀ ଦିନରେ ଯେବେବି ଇତିହାସ ଲେଖାଯିବ ସେବେ ଭାରତୀୟ ସେନାର ଶୌର୍ଯ୍ୟ ଓ ଗାଥା ସ୍ୱର୍ଣ୍ଣ ଅକ୍ଷରରେ ଲେଖାଯିବ ।

ଏହି ଶସ୍ତ୍ର ପୂଜା ଅବସରରେ ସେନା ଅଧିକାରୀ ଓ ଯବାନ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.