Latest Odisha News

BREAKING NEWS

ବିଗ୍‌ ବିଙ୍କ ପିତାଙ୍କ ନାମିତ ପୋଲାଣ୍ଡର ଏକ ସହର; ଅମିତାଭ୍‌ କହିଲେ ଏହା ଭାରତ ପାଇଁ ଏକ ଗୌରବର ବିଷୟ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ଚିତ୍ରରେ, କେହି ଜଣେ ତାଙ୍କ ହାତରେ ଏକ ବୋର୍ଡ ଧରିଛନ୍ତି, ଯେଉଁଥିରେ ସ୍କୋୟାର୍‌ ହରିବଂଶ ରାୟ ବଚ୍ଚନ ଏବଂ ଏହା ତଳେ ରୋକ୍ଲ ଲେଖା ହୋଇଛି। ତେବେ ଏ ହେଉଛି ଅମିତାଭ ବଚ୍ଚନଙ୍କ ପିତାଙ୍କ ନାମ। ହରିବଂଶ ରାୟ ବଚ୍ଚନ ଜଣେ ପ୍ରସିଦ୍ଧ କବି ଥିଲେ। ତେବେ ଏହା ସମଗ୍ର ପରିବାର ଏବଂ ଭାରତ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ଅମିତାଭ୍‌।
ପ୍ରକୃତରେ, ପୋଲାଣ୍ଡ ସରକାର ଅମିତାଭ ବଚ୍ଚନଙ୍କ ପିତା ସ୍ୱର୍ଗତ ହରିବଂଶ ରାୟ ବଚ୍ଚନଙ୍କ ନାମରେ ରୋକ୍ଲ ସହରରେ ଏକ ଚୌକ୍‌ର ନାମ ରଖିଛନ୍ତି। ଏହା ଦେଖିବା ପରେ ଅମିତାଭ ବଚ୍ଚନ ଖୁସି ବ୍ୟକ୍ତ କରିଛନ୍ତି। ସେ ସେଠାରେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଥିଲେ, ”ପୋଲାଣ୍ଡର ସିଟି କାଉନସିଲ୍ ଅଫ୍ ରୋକ୍ଲ ମୋର ପିତାଙ୍କ ନାମରେ ନାମିତ ହୋଇଛି … ଦଶହରା ଅବସରରେ ଏହା ଠାରୁ ବଡ ଆଶୀର୍ବାଦ ମୋ ପାଇଁ ଆଉ କଣ ହୋଇପାରେ .., ଏହି ମୁହୂର୍ତ୍ତଟି ଭାରତୀୟ ସମ୍ପ୍ରଦାୟ ଏବଂ ଭାରତ ପାଇଁ ଗର୍ବର ମୁହୂର୍ତ୍ତ। ଜୟ ହିନ୍ଦ୍‌। “

Comments are closed.