Latest Odisha News

BREAKING NEWS

ହାଥରସ ମାମଲା: ତଦନ୍ତର ତଦାରଖ କରିବେ ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ସିବିଆଇ ତଦନ୍ତର ତତ୍ତ୍ୱବଧାନ କରିବେ ଆହ୍ଲାବାଦ ହାଇକୋର୍ଟ । ଆଜି ଏହି ମାମଲାର ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ସୁପ୍ରିମକୋର୍ଟ ନିଜେ ଏହି ମାମଲାର ତଦନ୍ତ ଓ ମନିଟରିଂ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି।

ବର୍ତ୍ତମନା ଏହି ମାମଲାର ତଦନ୍ତ ଆହ୍ଲାବାଦ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହିଁ ଜାରି ରହିବ । ତଦନ୍ତର ଅଗ୍ରଗତି ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ତଦାରଖ କରିବେ । ସେହିପରି ପୀଡିତାଙ୍କ ପରିବାର ଓ ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.