Latest Odisha News

BREAKING NEWS

ଅଢ଼େଇ ଲକ୍ଷ ଟଙ୍କାର ପିଆଜ ଚୋରି, ୪ ଗିରଫ

ପୁଣେ: କନ୍ଦାଉଛି ପିଆଜ । ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର । ଯାହା ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି । ବଜାରରେ ପିଆଜ ଦର କିଲୋପ୍ରତି ୮୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିିତିରେ ମହାରାଷ୍ଟ୍ରରୁ ପିଆଜ ଚୋରି ଅଭିଯୋଗ ଆସିଛି । ପୁଣେର ଗ୍ରାମାଂଚଳ ପୋଲିସ ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ।

ଏମାନେ ବ୍ୟାରାକରୁ ୫୮ ବସ୍ତା ପିଆଜ ଚୋରି କରି ନେଇଯାଇଛନ୍ତି । ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ୩୫ ହଜାର ହେବ । ଅକ୍ଟୋବର ୨୧ରେ ଏଭଳି ଘଟଣା ଘଟିଥିବାବେଳେ ଏବେ ଏହା ସାମ୍ନାକୁ ଆସିଛି । ପିଆଜ ରଖାଯାଇଥିବା ବ୍ୟାରାକର ତାଲା ଭାଙ୍ଗି ଏହି ଚୋରି କରିଥିଲେ ପିଆଜ ଚୋର । ସଂପୃକ୍ତ ଲୋକଙ୍କଠାରୁ ୪୯ ବସ୍ତା ପିଆଜ ଜବତ କରାଯାଇଛି । ମହାରାଷ୍ଟ୍ରରେ ପିଆଜ ଦର ଏବେ ଆକାଶ ଛୁଆଁ ହୋଇଥିବା ବେଳେ ପିଆଜ ଚୋରି ଘଟଣା ସାମ୍ନାକୁ ଆସିଛି।

Leave A Reply

Your email address will not be published.