Latest Odisha News

BREAKING NEWS

କେନ୍ଦ୍ରର କଡା ନିର୍ଦ୍ଦେଶ: ଝୋଟ ବ୍ୟାଗରେ ଖାଦ୍ୟଶସ୍ୟ ପ୍ୟାକିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି କେବଳ ଝୋଟରେ ତିଆରି ବ୍ୟାଗରେ ହିଁ ପ୍ୟାକିଂ ହେବ ଖାଦ୍ୟଶସ୍ୟ । ଏନେଇ କଡା ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଆଜି ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଖାଦ୍ୟଶସ୍ୟ ପ୍ୟାକିଂ ପାଇଁ ଝୋଟ ତିଆରି ବ୍ୟାଗ ବ୍ୟବହାର କରିବା ବାଧ୍ୟତାମୁଳକ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଝୋଟ ତିଆରି ସାମଗ୍ରୀରେ ବାଧ୍ୟତାମୂଳକ ପ୍ୟାକେଜିଂ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଝୋଟ ତିଆରି ବ୍ୟାଗକୁ ପ୍ରୋତ୍ସାହିତ କରିବା ପାଇଁ ଏହା କରାଯାଇଛି। ସେ କହିଛନ୍ତି ଯେ ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଶତପ୍ରତିଶତ ଖାଦ୍ୟ ଶସ୍ୟ ଏବଂ ୨୦ ପ୍ରତିଶତ ଚିନି ଝୋଟ ବ୍ୟାଗରେ ପ୍ୟାକିଂ ହେବ। କମିଟି ଏହି ବ୍ୟାଗଗୁଡ଼ିକର ମୂଲ୍ୟ ସ୍ଥିର କରିବ।

Leave A Reply

Your email address will not be published.