Latest Odisha News

BREAKING NEWS

ଏଥର ଲକ୍ଷ୍ମୀ ବମ୍ ନୁହେଁ, କେବଳ ଲକ୍ଷ୍ମୀ !

ମୁମ୍ବାଇ: ଫିଲ୍ମ ଲକ୍ଷ୍ମୀ ବମ୍‌ର ଟ୍ରେଲର ରିଲିଜ ହେବାଠୁ ଟାଇଟଲକୁ ନେଇ ବିରୋଧ ଜାରି ରହିଥିଲା । ଅନେକ ଅନୁଷ୍ଠାନ ଓ ବ୍ୟକ୍ତିଗତ ସ୍ତରରେ ଫିଲ୍ମର ଟାଇଟଲ୍‌କୁ ବଦଳାଇବାକୁ ଦାବି ଜୋର ଧରିଥିଲା । ହିନ୍ଦୁ ସେନାଠୁ ଆରମ୍ଭ କରି କରଣୀ ସେନା ଫିଲ୍ମର ଟାଇଟଲକୁ ବିରୋଧ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଚିଠି ଲେଖିଥିଲେ । ଶେଷରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇ ଫିଲ୍ମର ନିର୍ମାତାମାନେ ଏହାର ଟାଇଟଲ ବଦଳାଇବାକୁ ବାଧ୍ୟ ହୋଇଛନ୍ତି ।

କିଛି ଦିନ ପୂର୍ବରୁ କରଣୀ ସେନାର ଶ୍ରୀ ରାଜପୁତ ଫିଲ୍ମର ନିର୍ମାତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଥିଲେ । ନୋଟିସ୍‌ରେ ଫିଲ୍ମର ଟାଇଟଲ ମା’ ଲକ୍ଷ୍ମୀ ଓ ହିନ୍ଦୁ ସମୁଦାୟ ପ୍ରତି ଅପମାନସୂଚକ ବୋଲି ଉଲ୍ଲେଖ ରହିଥିଲା । ପୂର୍ବରୁ କରଣୀ ସେନାର ଚାପରେ ଫିଲ୍ମର ଟାଇଟଲ ପଦ୍ମାବତୀର ପଦ୍ମାବତକୁ ପରିବର୍ତ୍ତନ କରିଥିଲେ ସଂଜୟ ଲିଲା ଭଂସାଲୀ । ବୋଧ ହୁଏ ଏପରି ଘଟଣାକୁ ଆଖିରେ ରଖି ଶେଷରେ ଫିଲ୍ମର ଟାଇଟଲକୁ ବଦଳାଇଛନ୍ତି ଫିଲ୍ମ ନିର୍ମାତା । ଏଥର ଲକ୍ଷ୍ମୀ ବମ୍ ନୁହେଁ ବରଂ ଲକ୍ଷ୍ମୀ ଟାଇଟଲରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ହରର କମେଡି ଫ୍ଲିକ୍ ।

Leave A Reply

Your email address will not be published.