Latest Odisha News

BREAKING NEWS

ହୀରୋପନ୍ଥୀ-୨ରେ ଟାଇଗରଙ୍କ ସହ ରୋମାନ୍ସ କରିବେ ତାରା ସୁତାରିଆ

ମୁମ୍ବାଇ: ହୀରୋପନ୍ଥୀ-୨ର ନିର୍ମାତା ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶେଷରେ ଏହି ଫିଲ୍ମ ପାଇଁ ହିରୋଇନ ଚୟନ କରିଛନ୍ତି । ଟାଇଗର ଶ୍ରଫଙ୍କ ସହ ତାରା ସୁତାରିଆ ଫିଲ୍ମରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ବର୍ଷ ଆରମ୍ଭରେ ନିର୍ମାତା ସାଜିଦ ନାଡିୟାଡୱାଲ ସଫଳ ଫିଲ୍ମ ହୀରୋପନ୍ଥୀର ସିକ୍ୱେଲ କରିବେ ବୋଲି ଘୋଷଣା କରିଥିଲେ ।

ଫିଲ୍ମର ନିର୍ଦ୍ଦେଶନା ଭାର ଅହମ୍ମଦ ଖାଁଙ୍କ ଉପରେ ନ୍ୟସ୍ତ ରହିବ । ଅହମ୍‌ଦ ପୂର୍ବରୁ ବାଗୀ ୨ ଓ ବାଗୀ ୩ରେ ଟାଇଗରଙ୍କ ସହ କାମ କରିଛନ୍ତି । ଉଭୟଙ୍କ କମ୍ବିନେଶନ ବାରମ୍ବାର ହିଟ ଫିଲ୍ମ ଦେଉଥିବାରୁ ସାଜିଦ ମଧ୍ୟ ଏହି ଫର୍ମୁଲା ଆପଣାଇଛନ୍ତି ।

Leave A Reply

Your email address will not be published.