Latest Odisha News

BREAKING NEWS

ଦୀପ୍ତିପଦ୍ମା ବେସିକ୍ ସାଇନ୍ସ ଟପ୍ପର; ୯୦.୧୬ ପ୍ରତିଶତ ନମ୍ବର ରଖି ହେଲେ ବେଷ୍ଟ ଗ୍ରାଜୁଏଟ୍   

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓୟୁଏଟି) ପରିଚାଳିତ ବେସିକ୍ ସାଇନ୍ସ( +୩) ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ଯାଜପୁର ଜିଲ୍ଲା ବିଞ୍ଝାରପୁରର ଝିଅ ଦୀପ୍ତିପଦ୍ମା ମଲ୍ଲିକ ୯୦.୧୬ ପ୍ରତିଶତ ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍ (ଶ୍ରେଷ୍ଠ ସ୍ନାତକ) ହେବାର ଗୌରବ ଲାଭ କରିଛନ୍ତି ।

ସୂଚନା ମୁତାବକ ଏହି ଶେଷ ବର୍ଷ ପରୀକ୍ଷାରେ ମୋଟ ୨୧୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୨୦୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୧୮୫ ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୨୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦୀପ୍ତିପଦ୍ମା ପ୍ରଥମ ସ୍ଥାନରେ ପ୍ରଥମ ହୋଇ ବେଷ୍ଟ ଗ୍ରାଜୁଏଟ୍ ହେବାର ଗୌରବ ଲାଭ କରିଛନ୍ତି । ସୂଚନା ଯୋଗ୍ୟ ଯେ,ଦୀପ୍ତିପଦ୍ମା ରାଜ୍ୟ ପଣ୍ୟାଗାର ନିଗମର ଅବସରପ୍ରାପ୍ତ ଅଧିକ୍ଷକ ଓ ସମାଜସେବୀ ଦାମୋଦର ମଲ୍ଲିକ ଏବଂ ପୂର୍ବତନ ମନ୍ତ୍ରୀ ତଥା ଏବର ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କର ଏକମାତ୍ର କନ୍ୟା ଅଟନ୍ତି ।

ଦୀପ୍ତିପଦ୍ମାଙ୍କର ଏହି କୃତିତ୍ୱରେ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସ୍ରୋତ ଛୁଟୁଥିବା ଜଣାଯାଇଛି ।

Leave A Reply

Your email address will not be published.