ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ପରେ ଫୋକସରେ ଏକାମ୍ର କ୍ଷେତ୍ର । ଆଜି ଭୋରରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ୍ । ଏକାମ୍ର କ୍ଷେତ୍ରରେ ଉନ୍ନତିମୂଳକ କାମର ତଦାରଖ କରିଥିଲେ । ଆସନ୍ତା ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରରୁ ରାସ୍ତା ପ୍ରଶସ୍ତୀକରଣ କାମ ଶେଷ ହେବ । ଏଥିପାଇଁ ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଛି ।

ରେକର୍ଡ ସମୟରେ ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ହୋଇଛି । ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରକୁ ରାସ୍ତା ପ୍ରଶସ୍ତୀକରଣ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି । ଶ୍ରଦ୍ଧାଳୁଙ୍କ ଆଗମନ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିକଳ୍ପ ରାସ୍ତା ନିର୍ମାଣ କାମ ମଧ୍ୟ ଶେଷ ହେବ ।

ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ ବେଳେ ଫାଇଭ୍ ଟି ସଚିବଙ୍କ ସହ ଥିଲେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ଓ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ରାଜ୍ୟ ସରକାର ଓ ବିଏମ୍ସି ତତ୍ୱାବଧାନରେ ଲିଙ୍ଗରାଜ ମନ୍ଦିର ଓ ଚତୁପାର୍ଶ୍ୱରେ ଉନ୍ନତିମୂଳକ କାମ ଜାରି ରହିଛି ।
BREAKING NEWS
- ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ
- ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…
- ମହିଳା ଚଳାଇବେ ଆମ ବସ୍, ଟ୍ରେନିଂ ପାଇଁ ଗଲେ ପୁଣେ
- କାଙ୍ଗାଳ ପାକିସ୍ତାନର ନିଚ୍ଛକ ସତ, ଇଜ୍ଜତ ବିକି ମାଗୁଛି କରଜ
- ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ
- ଅରିଜିତଙ୍କୁ ବଡ ଅନୁରୋଧ କଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ
- Dhurandhar Song In Guinness World Record: ସାରା ବିଶ୍ୱରେ କ୍ରେଜ୍ ବଢ଼ାଇଛି ଧୁରନ୍ଧର୍ ସିନେମାର ଏହି ଗୀତ, ଭାଙ୍ଗିଲା ଗିନିଜ୍ ବିଶ୍ୱ ରେକର୍ଡ…ଖୁବ୍ ଶୀଘ୍ର ଭାରତ ଆସିବେ ଗାୟକ
- Kalikesh Visits Naveen Nivas: କଳିକେଶ ହେବେକି ନବୀନଙ୍କ ଉତ୍ତରାଧିକାରୀ?, ଚର୍ଚ୍ଚା ଭିତରେ ନବୀନ ନିବାସରେ ବିଧାୟକ…
- ଓଡ଼ିଆ ଭାଷାରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ; ଜିଲ୍ଲା ସଦର ମହକୁମା ବହି ଦୋକାନରେ ଉପଲବ୍ଧ ହେବ
- ଫିଟ ହେଉଛନ୍ତି ତିଳକ: ବ୍ୟାଟିଂ ପରେ କଲେ ବୋଲିଂ ଅଭ୍ୟାସ
Comments are closed.