Latest Odisha News

BREAKING NEWS

ଏନକାଉଣ୍ଟରକୁ ଡରି ଜଜ୍‌ଙ୍କୁ ଚିଠି ଲେଖିଲା ଦାଗୀ !

କର୍ଣ୍ଣାଟକ: ଅଣ୍ଡରୱାର୍ଲଡ୍ ଡନ୍ ଭିକି ସେଟ୍ଟିର ସହଯୋଗୀ ଆକାଶଭବନ ସାରନ୍ । ବହୁଚର୍ଚ୍ଚିତ ଟୁଲୁ ଅଭିନେତା ସୁରେନ୍ଦ୍ର ବନ୍ତୱଲ ହତ୍ୟା ମାମଲାରେ ଏହି ଅପରାଧୀକୁ ପୋଲିସ ଗିରଫ କରିଥିଲା । ତେବେ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତରିତ ହେବା ଜାଣି ଭୟଭୀତ ହୋଇ ସାରନ୍ ଜଜଙ୍କୁ ଚିଠି ଲେଖିଥିବା ଜଣାପଡିଛି ।

ବେଙ୍ଗାଳୁରୁରୁୁ ମାଙ୍ଗାଲୋର ଜେଲକୁ ହେବ ସାରନ୍‌କୁ ସ୍ଥାନାନ୍ତରିତ । ତେବେ ର।ସ୍ତାରେ ଗଲାବେଳେ ନିଜ ଜୀବନକୁ ଭୟ ତଥା ପୋଲିସ ଏନକାଉଣ୍ଟରକୁ ଡରି ସାରନ୍ ପ୍ରଥମ ଶ୍ରେଣୀ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଜଜ୍‌ଙ୍କୁ ଏକ ଚିଠି ଲେଖିଥିବା ସୂଚନା ରହିଛି ।

ସେହି ଚିଠିରେ ଅପରାଧୀ ସାରନ୍ କିଛି ଏପରି ଲେଖିଛି, “ମୋ ଜୀବନ ପ୍ରତି ବିପଦ ରହିଛି । ସୁରେନ୍ଦ୍ର ବନ୍ତୱଲ ହତ୍ୟା ମାମଲାର ତଦନ୍ତ ପ୍ରକ୍ରିୟାରେ ମୋତେ ଗିରଫ କରାଯାଇଥିଲା । ବେଙ୍ଗାଳୁରୁରୁ ମାଙ୍ଗାଲୋର ଜେଲକୁ ସ୍ଥାନାନ୍ତରିତ ସମୟରେ ପୋଲିସ ମୋତେ ଏନକାଉଣ୍ଟର କରି ହତ୍ୟା କରିପାରେ “

ଚିଠିରେ କିଛି ଏପରି ଲେଖିବା ସହ ସେ ଏକାକି ଜେରା ହେବାକୁ ମଧ୍ୟ ମନା କରିଥିବା ଜଣାପଡିଛି । ବର୍ତ୍ତମାନ ବେଙ୍ଗାଳୁରୁ ସେଣ୍ଟ୍ରାଲ ଜେଲରେ ସାରନକୁ କଏଦ କରାଯାଇଛି । ଅନ୍ୟପଟେ ତଦନ୍ତ ଜାରି ରହିଥିଲାବେଳେ ଟଙ୍କା ନେଣଦେଣକୁ ନେଇ ଅଭିନେତା ବନ୍ତୱଲଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି ।

Leave A Reply

Your email address will not be published.