Latest Odisha News

BREAKING NEWS

ରାଜଧାନୀରୁ ଧରାପଡିଲେ ନିଶାଦିଆ ଲୁଟେରା

ଭୁବନେଶ୍ୱର: ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀଙ୍କ ସହ ପ୍ରଥମେ ଆତ୍ମୀୟତା ବଢାଉଥିଲେ । ତାପରେ ଖାଦ୍ୟରେ ନିଶା ଦେଇ ଲୁଟ୍ କରୁଥିଲେ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରାପଡିଛନ୍ତି ଏଭଳି ଲୁଟେରା ଗ୍ୟାଙ୍ଗ । ୧୦ରୁ ଅଧିକ ଯାତ୍ରୀଙ୍କୁ ନିଶା ଦେଇ ଏହି ଗ୍ୟାଙ୍ଗ ଲୁଟିନେଇଥିବା ଅଭିଯୋଗ ହୋଇଛି ।

ନିଶାରେ ବ୍ୟବହାର କରାଯାଇଥିବା ସାମଗ୍ରୀ ଜବତ କରାଯାଇଛି । ଗିରଫ ହୋଇଥିବା ୨ ଲୁଟେରାଙ୍କ ଠାରୁ ପୋଲିସ ୪ ଲକ୍ଷରୁ ଅଧିକ ଟଙ୍କା, ସୁନା ଚେନ୍ , ମୁଦି, ବାଇକ ଓ ମୋବାଇଲ ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତ ମାନେ ନୟାଗଡ ଓ ଗଂଜାମ ଅଂଚଳର । ପୋଲିସ କହିଛି ଯେ, ଦୁଇ ଅଭିଯୁକ୍ତ ମାନେ ଟ୍ରେନ୍ ଓ ବସରେ ଆସୁଥିବା ଯାତ୍ରୀଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ । ପରେ ପାଣି କିମ୍ବା ଥଣ୍ଡାରେ ନିଶା ଦେଇ ଲୁଟ୍ କରୁଥିଲେ ।

Leave A Reply

Your email address will not be published.