Latest Odisha News

BREAKING NEWS

ଆରମ୍ଭ ହେଲା ଦେଶର ପ୍ରଥମ ସି-ପ୍ଲେନ ସେବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ସି ପ୍ଲେନ୍ ସେବାର ଉଦ୍‌ଘାଟନ କରିଛନ୍ତି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୪୫ତମ ବାର୍ଷିକୀ ଏବଂ ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଏହି ସେବାର ଶୁଭାରମ୍ଭ କରାଯାଇଛି। ଏହି ପ୍ଲେନ୍‌ କେଓ୍ୱାଡ଼ିଆଠାରୁ ସାବରମତି ମଧ୍ୟରେ ଚଳାଚଳ କରି ଗୁଜୁରାଟର ଦୁଇଟି ପ୍ରୋଜେକ୍ଟକୁ ସଂଯୋଗ କରିବ।

 ଏହି ବିମାନରେ ୧୯ ଜଣଙ୍କ ବସିବା ବ୍ୟବସ୍ଥା ରହିଛି। ଏହି ପ୍ଲେନ୍ ଜରିଆରେ ୨୦୦ କିମି ଦୂର ସ୍ଥାନକୁ ୪୦ ମିନିଟରେ ପହଞ୍ଚି ହେବ। ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଏହି ଖାସ ଅବସରରେ ସି-ପ୍ଲେନ୍ ଜରିଆରେ କେବଡିଆରୁ ଅହମଦାବାଦ ଯାତ୍ରା କରିଛନ୍ତି। ଏହି ପ୍ଲେନ୍‌ ଟିକେଟ୍‌ର ଦାମ୍‌ ୧୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସି-ପ୍ଲେନ ସେବା ପ୍ରତିଦିନ ଯାତ୍ରୀଙ୍କ ପାଇଁ ଅହମଦାବାଦରୁ କେବଡିଆ ଓ କେବଡିଆରୁ ଅହମଦାବାଦ ଯିବା ଆସିବା କରିବ।

Comments are closed.