Latest Odisha News

BREAKING NEWS

ହେଲିକପ୍ଟରରେ ଆସିଥିଲେ ଭୋଜି ଖାଇ, ଅଟକ ରଖିଲା ପୋଲିସ !

ଆନ୍ଧ୍ରପ୍ରଦେଶ: ଏକ ବିବାହ ଉତ୍ସବରେ ସାମିଲ ହେବାକୁ ହାଇଦ୍ରାବାଦରୁ ନେଲୋରକୁ ଆସିଥିଲେ କିଛି ପୁରୁଷ ଓ ମହିଳା । ବିବାହ ଉତ୍ସବ କଥା ଛାଡନ୍ତୁ ହେଲିକପ୍ଟର ଲ୍ୟାଣ୍ଡ କରିବା ମାତ୍ରେ ସେମାନଙ୍କୁ ଥାନାକୁ ଭିଡି ନେଇଥିଲା ପୋଲିସ । ଦୁଇଦିନ ତଳେ ଘଟିଥିବା ଏହି ଘଟଣାରେ ସ୍ଥାନୀୟ ପ୍ରଶାସନଠୁ ଅନୁମତି ନେଇନଥିବାରୁ ସେମାନଙ୍କୁ ଥାନାରେ ଅଟକ ରଖାଯାଇଛି ।

ହେଲିକପ୍ଟରରେ ଆସିଥିଲେ ଜଣେ ପୂର୍ବତନ ଏଭିଏସନ୍ ଅଧିକାରୀଙ୍କ ପରିବାର । ବିନା ଅନୁମତିରେ ତଥା ନେଲୋରର ଏକ ସରକାରୀ ସ୍କୁଲ ପଡିଆରେ ହେଲିକପ୍ଟରକୁ ଅବତରଣ କରାଇଥିଲେ । ଏହି ଘଟଣାରେ ବିବାହ ଉତ୍ସବକୁ ଆସିଥିବା ୬ଜଣଙ୍କ ସମେତ ସ୍କୁଲର ହେଡ୍‌ମାଷ୍ଟର ଓ ହେଲିକପ୍ଟର ଅପରେଟର୍‌କୁ ପୋଲିସ ଥାନାରେ ଅଟକ ରଖିଛି ।

ସ୍ଥାନୀୟ ପ୍ରଶାସନର ଅନୁମତି ନନେଇ ହଲିକପ୍ଟରକୁ ଅବତରଣ କରାଇବା ବେଆଇନ ଦର୍ଶାଇଛି ସ୍ଥାନୀୟ ପୋଲିସ । ଅଟକ ଥିବା ପୂର୍ବତନ ଏଭିଏସନ୍ ଅଧିକାରୀଙ୍କ ପରିଚୟ ରାମାକୋଟେଶ୍ୱର ରାଓ ବୋଲି ଜଣାପଡିଛି । ଆଇପିସି ଧାରା ୨୮୦, ୧୮୦ ଓ ୩୩୬ ଅଧିନରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ନେଲୋର ପୋଲିସ ।

Leave A Reply

Your email address will not be published.