Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ଲାଗି ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟ ଦୀର୍ଘ ୮ ମାସ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିଛି।

କୋଭିଡ୧୯ ମହାମାରୀକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସରୁ ଏହି ଅଭୟାରଣ୍ୟ ବନ୍ଦ ରହିଥିଲା ।

ପର୍ଯ୍ୟଟକଙ୍କ ରାତି ରହଣୀ ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରବେଶ ଦ୍ୱାର ନିକଟ, ଜଡଛୁଆ ଓ ରିଶି ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପରିକି ରାତି ରହଣୀ ପାଇଁ ପର୍ଯ୍ୟଟକଙ୍କୁ ଆଗୁଆ ବୁକିଂ କରିବାକୁ ପଡିବ ।

Leave A Reply

Your email address will not be published.