Latest Odisha News

BREAKING NEWS

କରୋନା ସଂକ୍ରମଣରେ ଓଡିଆ ଡାକ୍ତରଙ୍କ ମୃତ୍ୟୁ

ଅନୁଗୁଳ: ବୌଦ୍ଧର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର ବିଶ୍ୱନାଥ ରାଉତଙ୍କର କରୋନା ସଂକ୍ରମଣରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି ।

ନିକଟ ଅତୀତରେ ଶ୍ରୀ ରାଉତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ ତାଙ୍କର ଫୁସଫୁସ୍ ସଂକ୍ରମଣ ବାହାରିଥିଲା ।

ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ହାଇଦ୍ରାବାଦକୁ ନିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା ।

ତେବେ ଶନିବାର ଅପରାହ୍ନରେ ତାଙ୍କର ମରଶରୀରକୁ ଅନୁଗୁଳ ଜିଲ୍ଲାର ତାଳଚେର ସ୍ଥିତ ପୈତୃକ ଗ୍ରାମକୁ ଅଣାଯାଇଥିଲା । ସେଠାରେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା ।

 

Leave A Reply

Your email address will not be published.