Latest Odisha News

BREAKING NEWS

ଦୀପାବଳି ଅବସରରେ ଟିଭିଏସ୍‌ ଆଣିଛି ଧମାକାଦାର୍‌ ଅଫର୍‌; ଜାଣନ୍ତୁ ଟିଭିଏସ୍‌ର କେଉଁ ସ୍କୁଟର ଉପରେ ମିଳୁଛି ଏହି ଆକର୍ଷଣୀୟ ଅଫର୍‌

ନୂଆଦିଲ୍ଲୀ: ଉତ୍ସବର ଋତୁରେ ଅନେକ ସାମଗ୍ରୀ ଉପରେ ଆକର୍ଷଣୀୟ ଉପହାର ସାଙ୍ଗକୁ ଆକ‌େର୍ଣୀୟ ଅଫର୍‌ ମଧ୍ୟ ମିଳୁଛି। ଏହି ସମୟରେ, ଟିଭିଏସ୍ ଏହାର ବିକ୍ରି ହେଉଥିବା ସ୍କୁଟର ବେଷ୍ଟ୍‌ ସେଲିଂ ସ୍କୁଟର ଟିଭିଏସ୍ ଜୁପିଟର୍‌ ଉପରେ ଆକର୍ଷଣୀୟ ଅଫର ଆଣିଛି।

କମ୍ପାନୀ ଜିରୋ ଫାଇନାନ୍ସ ଠାରୁ ଆରମ୍ଭ କରି କ୍ୟାସବ୍ୟାକ୍ ପର୍ଯ୍ୟନ୍ତ ସ୍କିମ୍ ପ୍ରଦାନ କରୁଛି। ଏହି ଅଫର ଅଧୀନରେ, ଆପଣ ଏହି ସ୍କୁଟରକୁ ବିନା ଡାଉନ୍‌ପେମେଣ୍ଟରେ ମଧ୍ୟ କିଣି ପାରିବେ। କେବଳ ଏତିକି ନୁହେଁ, ଯଦି ଆପଣ ବ୍ୟାଙ୍କ ଅଫ୍ ବରୋଦା କିମ୍ବା ଆଇସିଆଇସିଆଇ ବ୍ୟାଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଦ୍ୱାରା ପେମେଣ୍ଟ କରନ୍ତି, ତେବେ ଆପଣ ପାଞ୍ଚ ପ୍ରତିଶତ କ୍ୟାସବ୍ୟାକ୍ ମଧ୍ୟ ପାଇପାରିବେ।
ଏହି ଅଫରକୁ ଅଧିକ ଆକର୍ଷଣୀୟ କରିବାକୁ କମ୍ପାନୀ ନିମ୍ନ ଇଏମ୍‌ଆଇର ବିକଳ୍ପ ପ୍ରଦାନ କରୁଛି। ଯଦି ଆପଣ ଏହାକୁ ନିଜ ଘରକୁ ଆଣିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ପ୍ରତି ମାସରେ ମାତ୍ର ୨୨୨୨ ଟଙ୍କା ମୂଲ୍ୟର ଇଏମ୍‌ଆଇ ଦେଇ ଆଣିପାରିବେ ଏହା ବ୍ୟତୀତ କମ୍ପାନୀ ୪୫୦୦ ଟଙ୍କା ପର୍ଯ୍ୟନ୍ତ ପେଟିଏମ୍ କ୍ୟାସବ୍ୟାକ୍ ମଧ୍ୟ ପ୍ରଦାନ କରୁଛି।

Leave A Reply

Your email address will not be published.