Latest Odisha News

ଖାସ୍ ପର୍ବ ପାଇଁ ବଜାରକୁ ଆସଲା ସୁନାରେ ପ୍ରସ୍ତୁତ ମିଠା !

ଗୁଜରାଟ: ବଜାରକୁ ଆସିଲା ସୁନାରେ ପ୍ରସ୍ତୁତ ମିଠା । ନାଁ ରହିଛି ଗୋଲ୍ଡ ଘାରି । ତେବେ ଖାଲି ନାଁ ନୁହେଁ ବରଂ ଏହି ମିଠାରେ ବି ରହିଛି ସୁନାର ଆବରଣ । ଏହି ମିଠା ଖାଇବାକୁ ହେଲେ ଆପଣଙ୍କୁ ସୁରଟ୍ ଯିବାକୁ ପଡିବ । ଏପରି ମିଠା ପ୍ରସ୍ତୁତ କରି ସୁରଟର ଏକ ମିଠା ଦୋକାନ ଚର୍ଚ୍ଚାକୁ ଆସିଛି । ଅନ୍ୟପଟେ ସୋସିଆଲ ମିଡିଆରେ ମିଠାର ଫଟୋଗୁଡିକ ଭାଇରାଲ୍ ହୋଇଛି ।

ଆଗକୁ ଆସୁଛି ଗୁଜରାଟିଙ୍କ ପର୍ବ ଚାନ୍ଦି ପାଡୱୋ । ଖାସ ଏହି ଅବସର ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ମିଠା ଗୋଲ୍ଡ ଘାରି । ବଜାରରେ ବିଭିନ୍ନ ପ୍ରକାର ମିଠା ଥିଲେ ବି ଏହି ସ୍ୱତନ୍ତ୍ର ମିଠା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । କାହିଁକି ନା ୧୦୦ କି ୨୦୦ ନୁହେଁ ବରଂ ଏହି ମିଠାର ଦାମ୍ କି.ଗ୍ରା ପ୍ରତି ରହିଛି ୯ହଜାର ଟଙ୍କା । ଅନ୍ୟପଟେ ସାଧାରଣ ମିଠା ଘାରିର ଦାମ୍ କି.ଗ୍ରା ପ୍ରତି ୬୬୦ରୁ ୮୨୦ ଟଙ୍କା ରହିଛି ।

ଦୋକାନ ମାଲିକଙ୍କ ଅନୁଯାୟୀ ଗୋଲ୍ଡ ଘାରି ବେଶ ସ୍ୱାସ୍ଥ୍ୟକର । ତେବେ ବଜାର ମାନ୍ଦା ଥିବାରୁ ଅନୁମାନ ଅନୁଯାୟୀ ଏହି ମିଠାର ଚାହିଦା ଏତେଟା ଦେଖିବାକୁ ମିଳିନି । ଗୁଜରାଟି ପର୍ବ ଚାନ୍ଦି ପାଡୱାରେ ଲୋକେ ବିଭିନ୍ନ ପ୍ରକାରର ମିଠା ଘାରି ଖାଇବାକୁ ପସନ୍ଦ କରିଥାନ୍ତି ।

Leave A Reply

Your email address will not be published.