ଦୁବାଇ: ଚଳିତ ବର୍ଷ ଆଇପିଏଲ୍ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଓ ଝଡ ଉଠିଛି । ଖରାପ ଫର୍ମ, ଲଗାତାର ମ୍ୟାଚରେ ପରାଜୟ, ଦଳରେ ଯୁବ ଖେଳାଳିଙ୍କ ଅଭାବ, ବରିଷ୍ଠ ଖେଳାଳି ମ୍ୟାଚ ଜିତିଇବାରେ ଅସଫଳ ଓ ଶେଷରେ ପ୍ଲେ-ଅଫ୍ରୁ ବାଦ୍ ପଡିଥିଲା ଚେନ୍ନାଇ ସୁପର କିଙ୍ଗସ୍ । ଏପରିକି ଧୋନୀଙ୍କ ଅଧିନାୟକତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ।
ଚର୍ଚ୍ଚା ହେଉଥିଲା ଚଳିତବର୍ଷ ଆଇପିଏଲ ପରେ କ୍ରିକେଟ୍ ଛାଡିବେ କ୍ୟାପ୍ଟେନ୍ କୁଲ୍ । ଏ ନେଇ ବିଭିନ୍ନ ଗଣମାଧ୍ୟମଠୁ ଆରମ୍ଭ କରି ସୋସିଆଲ୍ ମିଡିଆରେ ବି ଅନେକ ଖବର ସାମ୍ନାକୁ ଆସିଥିଲା । ହେଲେ ଶେଷରେ କ୍ୟାପ୍ଟେନ୍ କୁଲ୍ ବେଶ ନିଆରା ଅନ୍ଦାଜରେ ଏହାର ଜବାବ ରଖିଛନ୍ତି ।
Danny Morrison : Could this be your last game in yellow ? #MSDhoni : Definitely Not!#CSK have won the toss and they will bowl first against #KXIP in Match 53 of #Dream11IPL pic.twitter.com/KhaDJFcApe
— IndianPremierLeague (@IPL) November 1, 2020
ଆଜି ପଂଜାବ ବିପକ୍ଷରେ ଖେଳୁଛନ୍ତି ଧୋନୀଙ୍କ ଧୁରନ୍ଧର । ତେବେ ଟସ୍ ବେଳେ ଉପସ୍ଥାପକ ଡେନି ମୋରିସନ ତାଙ୍କୁ ପ୍ରଶ୍ନ କରିଥିଲେ, ହଳଦିଆ ଜର୍ସିରେ ଏହା କଣ ଆପଣଙ୍କ ଶେଷ ମ୍ୟାଚ୍ ? । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଧୋନୀ କହିଥିଲେ “ଡେଫିନେଟଲି ନଟ୍ (ଆଦୌ ନୁହେଁ) “ । ମାତ୍ର ଦୁଇଟି ଶବ୍ଦରେ ଧୋନୀଙ୍କ ଉତ୍ତର ତାଙ୍କର ଅଗଣିତ ଫ୍ୟାନମାନଙ୍କୁ ଆଶ୍ୱସ୍ତି କରିଛି ।
Comments are closed.