Latest Odisha News

BREAKING NEWS

‘ମୋ ଧାମ ମୋ ଗର୍ବ’ ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଉନ୍ମୋଚିତ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସ୍ୱଚ୍ଛତା ପାଇଁ ଆରମ୍ଭ କରାଯାଇଥିବା “ମୋ ଧାମ ମୋ ଗର୍ବ” ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଉନ୍ମୋଚିତ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି।

ଲୋକାର୍ପଣ ଉତ୍ସବରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଜିଲ୍ଲାପାଳ ବଲୱନ୍ତ ସିଂ, ଉପ-ଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥାର ନିର୍ବାହୀ ଅଧିକାରୀ ବିଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଆଜିଠାରୁ ଆନୁଷ୍ଠାନିକ ଭାବେ ସହରର ବିକାଶ ଧାରାରେ “ମୋ ଧାମ ମୋ ଗର୍ବ” ଅଭିଯାନ ସାମିଲ ହୋଇଛି।

ତେବେ ସ୍ବଚ୍ଛ ପୁରୀ ଲୋଗୋ ଓ ଟ୍ୟାଗଲାଇନ ପ୍ରତିଯୋଗିତରେ ଲୋଗୋ ନିମନ୍ତେ ଶ୍ରୀୟାଂଶ ପଣ୍ଡା, ୫ମ ଶ୍ରେଣୀ ଛାତ୍ର, ବ୍ଲେସେଡ ସାକ୍ରାମେଣ୍ଟ ହାଇସ୍କୁଲ ଏବଂ ଟ୍ୟାଗ ଲାଇନ ନିମନ୍ତେ ଡଃ ପ୍ରମୋଦ ଚନ୍ଦ୍ର ସ୍ବାଇଁ ପ୍ରଥମ ହୋଇଥିବାରୁ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

୧୩ ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଯାଞ୍ଚରେ ୨୦୦ ଜଣଙ୍କୁ ଏବଂ ପରବର୍ତ୍ତି ପର୍ଯ୍ୟାୟ ଯାଞ୍ଚରେ ୧୦ ଜଣଙ୍କ ମଧ୍ୟରୁ ଶେଷ ଦୁଇ ଜଣଙ୍କ ଏଣ୍ଟ୍ରିକୁ ଚୟନ କରାଯାଇଛି । ୧୮୧ ଜଣଙ୍କୁ ସାନ୍ତ୍ବନା ପୁରସ୍କାର ପ୍ରଦାନ କରାଯିବ ।

 

Leave A Reply

Your email address will not be published.