Latest Odisha News

କାହିଁକି ଦୁବାଇ ଧାଇଁଲେ ତାପସୀ ପନ୍ନୁ ?

ମୁମ୍ବାଇ: ବେଶ କିଛିଦିନ ଧରି ମାଲ୍‌ଡିଭ୍‌ସରେ ଥିଲେ ତାପସୀ ପନ୍ନୁ । ଖାସ୍ ଛୁଟିଦିନ ମନାଇବା ପାଇଁ । ହେଲେ ଏବେ ଫୁଲ୍ ସ୍ପିଡ୍‌ରେ ନିଜ କାମରେ ମନ ବଳାଇଛନ୍ତି । ଶନିବାର ଫିଲ୍ମ ହସୀନ୍ ଦିଲ୍‌ରୁବାର ସୁଟିଂ ସାରିବା ପରେ ଏବେ ଦୁବାଇରେ ଡେରା ପକାଇଛନ୍ତି । କାହିଁକି ନା ଆରମ୍ଭ ହୋଇସାରିଛି ଫିଲ୍ମ ରଶ୍ମୀ ରକେଟ୍‌ର ସୁଟିଂ ।

ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର କରି ଫିଲ୍ମ ରଶ୍ମୀ ରକେଟର ସୁଟିଂ ଦୁବାଇରେ ଆରମ୍ଭ ହୋଇଥିବା ନେଇ ତାପସୀ ସୂଚନା ଦେଇଛନ୍ତି । ଫିଲ୍ମଟି ସ୍ପୋର୍ଟସ ଡ୍ରାମା ଥିମ ଉପରେ ନିର୍ମିତ ହେବାକୁ ଥିବାବେଳେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଆକର୍ଷ ଖୁରାନା ।

ଏଥିରେ ଗୁଜରାଟୀ ଝିଅ ରଶ୍ମୀ କିର୍ଦାରରେ ତାପସୀ ନଜର ଆସିବେ । କାହାଣୀ ଅନୁଯାୟୀ ନିଜ ଗାଁରେ ସେ ସବୁଠୁ ତୀବ୍ର ବେଗରେ ଧାଇଁ ପାରୁଥିବାରୁ ତାଙ୍କୁ ରକେଟ୍ ଭାବେ ନାମିତ କରାଯାଇଛି । ଯାହାକୁ ନେଇ ଫିଲ୍ମର ଟାଇଟଲ୍ ରହିଛି ରଶ୍ମୀ ରକେଟ୍ । ଅନ୍ୟପଟେ ଭାବେଶ ଜୋଶୀ ସୁପରହିରୋ ଅଭିନେତା ପ୍ରିୟାଂଶୁ ଏହି ଫିଲ୍ମରେ ତାପସୀଙ୍କ ଅନ୍‌ସ୍କ୍ରିନ୍ ସ୍ୱାମୀ ଭାବେ ନଜର ଆସିବେ ।

Comments are closed.