Latest Odisha News

BREAKING NEWS

ପ୍ଲେ ଅଫ ରେସରୁ ବାଦ୍ ପଡିଲା ପଞ୍ଜାବ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍ ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ଲେଅଫକୁ ଯାଇପାରି ନାହିଁ । ତେବେ ରବିବାର ଚେନ୍ନାଇ ୯ ଉଇକେଟରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ହରାଇ ଦେଇଛି । ଫଳରେ ପଞ୍ଜାବ ପ୍ଲେ ଅଫ ଦୌଡରୁ ବାଦ୍ ପଡିଛି । ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୀପକ ହୁଡ୍ଡାଙ୍କ ଅପରାଜିତ ଅର୍ଦ୍ଧଶତକ (୬୨ ରନ୍‌, ୩୦ ବଲ, ୩ ଚୌକା, ୪ ଛକା) ବଳରେ ପଂଜାବ୍ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୧୫୩ରନ୍ ସଂଗ୍ରହ କରିଥିଲା ।

ଚେନ୍ନାଇ ୧୮.୫ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରିଛି । ଓପନର ଋତୁରାଜ ଗାଏକ୍ବାଡଙ୍କ ଅପରାଜିତ ଅର୍ଦ୍ଧଶତକ (୬୨ ରନ୍‌, ୪୯ ବଲ, ୬ ଚୌକା ଓ ୧ ଛକା) ଓ ଫାଫ୍ ଡୁ ପ୍ଲେସିସ୍‌ଙ୍କ ୪୮ ରନ୍ ଦଳକୁ ସହଜ ବିଜୟ ଦେଇଛି । ଏଥି ସହିତ ଅମ୍ବାତି ରାୟଡୁ ୩୦ଟି ବଲ ଖେଳି ୩୦ ରନ୍ ଯୋଡ଼ିଛନ୍ତି ।

Leave A Reply

Your email address will not be published.