Latest Odisha News

BREAKING NEWS

ଏପ୍ରିଲ୍‌ରେ କରୋନା ଆକ୍ରାନ୍ତ ହୋଇଥିଲେ ପ୍ରିନ୍ସ ୱିଲିୟମ୍‌

ନୂଆଦିଲ୍ଲୀ: ବ୍ରିଟେନର ପ୍ରିନ୍ସ ୱିଲିୟମ୍ ଏପ୍ରିଲ୍ ମାସରେ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଦେଶରେ ବିଶୃଙ୍ଖଳା ବିସ୍ତାର କରିବାକୁ ସେ ଇଚ୍ଛା କରୁ ନ ଥିବାରୁ ସେ ତାଙ୍କ ସ୍ୱାସ୍ଥ୍ୟ ସୂଚନାକୁ ଗୁପ୍ତ ରଖିଥିଲେ।
ୱିଲିୟମ୍‌ଙ୍କ ପିତା ପ୍ରିନ୍ସ ଚାର୍ଲ୍ସ ମଧ୍ୟ ଏପ୍ରିଲରେ କରୋନା ଆକ୍ରାନ୍ତ ହୋଇଥିଲେ। ସୂତ୍ରରୁ ପ୍ରକାଶ ଯେ ପ୍ରିନ୍ସ ୱିଲିୟମ୍ ତାଙ୍କ କରୋନା ଯାଞ୍ଚ୍‌କୁ ଗୁପ୍ତ ରଖିଥିଲେ କାରଣ ସେ ଦେଶରେ କୌଣସି ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁ ନଥିଲେ। ପ୍ରିନ୍ସ ୱିଲିୟମ୍ ହେଉଛନ୍ତି ରାଣୀ ଏଲିଜାବେଥଙ୍କ ନାତି।
ସୂଚନାଯୋଗ୍ୟ ସରକାରଙ୍କ କୋଭିଡ -୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ନିଜକୁ ସଙ୍ଗରୋଧରେ ରଖିଥିଲେ ୱିଲିୟମ୍‌। ତେବେ ସେ ଏପ୍ରିଲରେ ଭଏସ୍ ଏବଂ ଭିଡିଓ କଲ୍ ମାଧ୍ୟମରେ ନିଜର ସମସ୍ତ କାର୍ଯ୍ୟ ଜାରି ରଖିଥିଲେ।

Comments are closed.