Latest Odisha News

BREAKING NEWS

୨ ଦିନିଆ ରିମାଣ୍ଡରେ ଗଲେ ଓଟିଭି ସିଏଫ୍‌ଓ

ଭୁବନେଶ୍ୱର: ସାରୁଆ ଜମି କିଣାବିକା ମାମଲାରେ ଗତକାଲି ଗିରଫ ହୋଇଥିବା ଓଟିଭି ସିଏଫ୍‌ଓ ମନୋରଂଜନ ଷଡଙ୍ଗୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା । ଅଧିକ ଦନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଂଚ ସମୟ ମାଗିଥିଲେ ମଧ୍ୟ କୋର୍ଟ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ମନୋରଞ୍ଜନଙ୍କୁ ଗତକାଲି ଗିରଫ କରାଯାଇଥିଲା ବୋଲି ପ୍ରେସ୍ ରିଲିଜ୍ ଯୋଗେ ସୂଚନା ଦେଇଥିଲା ଇଓଡବ୍ଲ୍ୟୁ। ତାଙ୍କ ବିରୋଧରେ ୪୨୦, ୪୨୩, ୪୬୭, ୪୬୮ ଓ ୪୭୧ ଭଳି ଦଫା ଲଗା ଯାଇଛି। ଏଥିସହ ୧୨୦-ବି ର ସେକ୍ସନ 3 (1) (G, Q) SC/ST ଆଇନରେ ସିଏଫ୍ଓଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ପ୍ରେସ୍ ରିଲିଜରେ ଉଲ୍ଲେଖ କରିଥିଲା।

Leave A Reply

Your email address will not be published.