Latest Odisha News

ସତ୍ୟନାରାୟଣ ପୂଜା ଭୋଗ ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ

ଉଦଳା: ଘରେ ହୋଇଥିବା ସତ୍ୟନାରାୟଣ ପୂଜାର ଭୋଗ ଖାଇ ଗୋଟିଏ ପରିବାରର ୬ଜଣ ସଦସ୍ୟ ଅସୁସ୍ଥ ହୋଇଥବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସୂଚନାନୁସାରେ, କପ୍ତିପଦା ଥାନା ସୋଲଗଡିଆ ଗ୍ରାମର ବାବୁରାମ ସେଠୀଙ୍କ ଘର ସତ୍ୟନାରାୟଣ ପୂଜା ହୋଇଥିଲା । ଘରର ସମସ୍ତେ ସତ୍ୟନାରାୟଣ ପୂଜା ଭୋଗ ଖାଇ ରାତିରେ ଶୋଇଥିଲେ। ତେବେ ସକାଳେ ଉଠିବା ପରେ ପରିବାରର ୬ ଜଣ ସଦସ୍ୟଙ୍କ ର ସମାନ ଢଙ୍ଗରେ ଶରୀର ଅସୁସ୍ଥ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ମ

ଗୁରୁବାର ସନ୍ଧ୍ୟା ସୁଦ୍ଧା ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ଶାଳଚୁଆ ଡାକ୍ତରଖାନା ଏବଂ ପରେ ଉଦଳା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଭୋଗ ଖାଇବା ପରେ ସେମାନଙ୍କ ମୁଣ୍ଡ ବିନ୍ଧିବା ସହିତ ଝାଡା ହୋଇଥିଲା । ଏପରିକି ଜ୍ବର ମଧ୍ୟ ହୋଇଥିଲା । ଏହାର ସଠିକ କାରଣ ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ।

Comments are closed.