Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହତ୍ୟାକାଣ୍ଡ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ହତ୍ୟାକାଣ୍ଡ। ଜଣେ ଶ୍ରମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି।

ମୃତକଙ୍କ ଗୁଜୁରାମ ସିଂ ହୋଇଥିବା ବେଳେ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ବୋଲି ଜଣାପଡିଛି।

ସୂଚନାନୁସାରେ, ଗୁଜୁରାମ ଏହି କ୍ୟାମ୍ପସରେ ଏକ ନୂତନ ବଉଣ୍ଡେରି କାମ କରୁଥିଲା। ରାତି ପ୍ରାୟ ୧୦ ଟା ବେଳେ ସେ ଅନ୍ୟ ଜଣେ ଶ୍ରମିକଙ୍କ ସହ ତାଙ୍କର ଯୁକ୍ତିତର୍କ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ ହତାହାତି ମଧ୍ୟ ହୋଇଥିବା ସୂଚନା ମଳିଛି।

ଉକ୍ତ ଶ୍ରମିକ ଜଣଙ୍କ ଏକ ଧାରୁଆ ଅସ୍ତ୍ର ରେ ତାଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଗୁଜୁରାମଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅନ୍ୟପଟେ ସହିଦ ନାଗର ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ପକ୍ରିୟା ଆରମ୍ଭ କରିଛି।

Leave A Reply

Your email address will not be published.