Latest Odisha News

BREAKING NEWS

ରାଜ୍ୟରେ ବଢିଲାଣି ଜାଡ଼, ୧୫ ଡିଗ୍ରୀ ତଳେ ୧୧ ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଜାଡ଼ । ବିଭିନ୍ନ ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ସୋନପୁରରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ । ୯.୬ ଡିଗ୍ରୀ ସେଲସିୟସ ସହ ସୋନପୁରରେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର ।


ସେହିପରି ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ୧୦.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି । ଅନୁଗୋଳରେ ୧୧ ଡିଗ୍ରୀ ସେଲସିୟସ୍, କୋରାପୁଟରେ ୧୧.୬, ଭବାନୀପାଟଣାରେ ୧୨.୨, ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୩ ଡିଗ୍ରୀ ସେଲସିୟସ୍ ।

କେନ୍ଦୁଝରରେ ୧୩.୮, ବାରିପଦାରେ ୧୪.୨, ବଲାଙ୍ଗିରରେ ୧୪.୬ ଓ ସମ୍ୱଲପୁରରେ ୧୪.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ଭୁବନେଶ୍ୱରରେ ୧୮ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ସର୍ବନିମ୍ନ ତାମପାତ୍ରା ରହିଛି ୧୬.୮ ଡିଗ୍ରୀ ସେଲସିୟସ୍।

Leave A Reply

Your email address will not be published.