ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଦେଶରେ କମିଛି ସଂକ୍ରମଣ । ସୁସ୍ଥ ହୋଇଛନ୍ତି ଅଧିକ । ପୁଣି ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୬୭୪ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୭ ହଜାର ୭୫୪କୁ ବୃଦ୍ଧି ପାଇଛି ।
କରୋନାରେ ଲକ୍ଷେ ୨୬ ହଜାର ମୃତ
ଗତ ୨୪ ଘଣ୍ଟାରେ ସାରା ଦେଶରୁ କରୋନା ନେଇଛି ଆଉ ୫୫୯ ଜୀବନ । କିଛି ଦିନ କମିବା ପରେ ଏବେ ଦୈନିକ ମୃତ୍ୟୁସଂଖ୍ୟାରେ ସାମାନ୍ୟ ବୃଦ୍ଧି ପାଇଛି । ପାଞ୍ଚ ଶହରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ମହାମାରୀରେ ମଲେଣି ମୋଟ୍ ୧ ଲକ୍ଷ ୨୬ ହଜାର ୧୨୧ ଆକ୍ରାନ୍ତ । ମୃତ୍ୟୁହାର ରହିଛି ୧.୪୮% ।

୯୨.୪୯% ଆକ୍ରାନ୍ତ ସୁସ୍ଥ
ଦେଶରେ ବଢୁଛି ସୁସ୍ଥ ହାର । ଏଣିକି ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରୁଛନ୍ତି । ଗତ ୨୪ ଘଣ୍ଟାରେ ହସ୍ପିଟାଲରୁ ଡାସଚାର୍ଜ ହୋଇଛନ୍ତି ୪୯ ହଜାର ୮୨ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ଆରୋଗ୍ୟ ଲାଭ କଲେଣି ୭୮ ଲକ୍ଷ ୬୮ ହଜାର ୯୬୮ ଜଣ । ସୁସ୍ଥ ହାର ରହିଛି ୯୨.୪୯% । ଦେଶରେ ୫ ଲକ୍ଷ ୧୨ ହଜାର ୬୬୫ଟି ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
Comments are closed.