Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଢେଙ୍କାନାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବିପିନ ବିହାରୀ ଦାସ।

ସୂଚନା ଅନୁଯାୟୀ ଉକ୍ତ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ବିଲ ପାସ କରାଇଦେବା ପାଇଁ ଜଣେ ମଧ୍ୟସ୍ତି ଶକ୍ତି ପ୍ରସାଦ ମହାନ୍ତିଙ୍କ ଜରିଆରେ ୧୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିଲେ।

ତେବେ ଅଭିଯୋଗକାରୀ କଣ୍ଟ୍ରାକ୍ଟର ଜଣକ ନାଁ ହେଉଛି ଜଗମୋହନ ପଣ୍ଡା।

ସୂଚନାଯୋଗ୍ୟ, ବିପିନ ସଦର ବ୍ଲକରେ କାର୍ଯ୍ୟରତ ଥିବା ବେଳେ ଭିଜିଲାନ୍ସ ଦ୍ୱାରା ପୂର୍ବରୁ ଆଉ ଥରେ ଧରା ପଡ଼ିଥିଲେ। ବିପିନଙ୍କୁ ଜେରା କରୁଛି ଢେଙ୍କାନାଳ ଓ କଟକର ୨ଟି ଭିଜିଲାନ୍ସ ବିଭାଗର ଟିମ।

Comments are closed.