Latest Odisha News

କୋଭିଡ ବେଳେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍କର୍ଷ ପାଇଁ କ୍ରୁଟକୁ ପୁରସ୍କାର

ଭୁବନେଶ୍ୱର : କୋଭିଡ ୧୯ ମହାମାରୀ ସମୟରେ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଇନୋଭେସନ ଓ ଉତ୍କର୍ଷ ପାଇଁ ଓଡିଶାର କ୍ୟାପିଟାଲ ରିଜିଅଲ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) କୁ ପୁରସ୍କାର ମିଳିଛି । ଏହି ପୁରସ୍କାର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳଯ ଦ୍ୱାରା ତ୍ରୟୋଦଶ ଅର୍ବାନ ମୋବିଲିଟି କନଫରେନ୍ସ ୨୦୨୦ ଅବସରରେ ପ୍ରଦାନ କରାଯାଇଛି ।

କରୋନା ମହାମାରୀ ସମୟରେ କ୍ରୁଟ୍ ପକ୍ଷରୁ ନିଜର ସାମାଜିକ ଦାୟିତ୍ୱ ସମ୍ପାଦନ କରି ଘର ପାଖ ବସଷ୍ଟପଗୁଡିକୁ ପନିପରିବା ଭେଣ୍ଡିଂ ଜୋନରେ ପରିବର୍ତ୍ତିତ କରାଯିବା ସହିତ ଭାମମାଣ ଗ୍ରୋସୋରୀ ଯୋଗାଣ ସେବାପ୍ରଦାନ କରାାଇଥିବା ମନ୍ତ୍ରଣାଳଯପକ୍ଷରୁ ଉଲ୍ଲେଖ କରାାଇଛି । ସେହିପରି କ୍ରୁଟ୍ ପକ୍ଷରୁ କୟାସଲେସ୍ ଓ ସ୍ପର୍ଶବିହୀନ ଟିକେଟ୍ ନିମନ୍ତେ ଆରମ୍ଭ କରାାଇଥିବା ଡିଜିଟାଲ ପେମେଣ୍ଟ ‘ମୋ କାର୍ଡ’କୁ ମଧ୍ୟ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.