ମୁମ୍ବାଇ: ଗିରଫ ହେଲେ ରିପବ୍ଲିକ ଟିଭିର ଆଉ ଜଣେ ବଡ ଅଧିକାରୀ । ଟିଆର୍ପି ସ୍କାମ ମାମଲାରେ ଆଜି ସକାଳେ ଆଉ ଜଣେ ଅଧିକାରୀଙ୍କୁ ମୁମ୍ବାଇ ପୋଲିସ ଉଠାଇ ନେଇଛି ।
ରିପବ୍ଲିକ୍ ଟିଭିର ଭାଇସ ପ୍ରେସିଡେଣ୍ଟ ଘନଶ୍ୟାମ ସିଂଙ୍କୁ ପୁଲିସ୍ ଗିରଫ କରି ତାଙ୍କୁ କୋର୍ଟରେ ହାଜର କରିଛି। ତେବେ କୋର୍ଟରେ ହାଜର କରିବା ବେଳେ ଘନଶ୍ୟାମଙ୍କ ମୁଣ୍ଡକୁ କଳା କପଡାରେ ଘୋଡ଼ାଇଛି ପୁଲିସ। ଯାହାକୁ ନେଇ ଆପତ୍ତି ଉଠାଇଛି ସଂପୃକ୍ତ ଚ୍ୟାନେଲ। ସାଧାରଣତଃ ଆତଙ୍କବାଦୀଙ୍କ କ୍ଷେତ୍ରରେ ଏଭଳି କଳା କପଡା ଲଗାଯାଏ।
ସବୁଠୁ ବଡ଼ କଥା ହେଲା ମୁମ୍ୱାଇ ପୁଲିସ କମିଶନର ଅକ୍ଟୋବର ୮ରେ ପ୍ରେସ କନଫରେନସ କରିଥିଲା। ଆଜି ପ୍ରଥମ ଥର ପାଇଁ ଏହି ମାମଲାରେ ରିପବ୍ଲିକ ଟିଭିର ଜଣଙ୍କୁ ଗିରଫ କରିଛି।
Comments are closed.