Latest Odisha News

BREAKING NEWS

ଏବେ ଅଙ୍ଗନବାଡି କେନ୍ଦ୍ରରେ ପିଲା ଖାଇବେ ଚୂନା ମାଛ

ଭୁବନେଶ୍ୱର: ଏଣିକି ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ମିଳିବ ଚୂନା ମାଛ । ୩ ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀଙ୍କୁ ଏଣିକି ଚୂନା ମାଛ ମିଳିବ। ପାଇଲଟ୍ ପ୍ରକଳ୍ପରେ ମୟୂରଭଞ୍ଜ ଜିଲ୍ଲାରେ ଯୋଜନା ଆରମ୍ଭ କରାଯିବ। ଏହି ପାଇଲଟ୍ ପ୍ରକଳ୍ପ ସଫଳ ହେଲେ ଜିଲ୍ଲାର ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ପ୍ରସାରିତ କରାଯିବ।

BjdElectrycity

୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଅନୁସାରେ ପିଲାଙ୍କୁ ଚୂନା ମାଛ ଦିଆଯିବ। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଏନେଇ ଏକ ଭର୍ଚୁଆଲ ବୈଠକ ବସିଥିଲା। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ମତ୍ସ୍ୟ ଉତ୍ପାଦାନ, ୱାର୍ଲଡ୍‌ ଫିସ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ବୁଝାମଣା ପତ୍ର ଅନୁଯାୟୀ ୱାର୍ଲଡ ଫିସ୍ ସଂସ୍ଥା ୫ ବର୍ଷ ପର୍ୟ୍ୟନ୍ତ ବୈଷୟକି ସହାୟତା ଯୋଗାଇଦେବ। ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରୁଥିବା ମିଶନ ଶକ୍ତି ଏନେଇ ମହିଳା ସ୍ୱୟଂ ସୟାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେବେ। ପୃଷ୍ଟି ସାଧନ କ୍ଷେତ୍ରରେ ଏହା ବେଶ ଉପାଦେୟ ହେବା ନେଇ ଯୋଜନା ପ୍ରସ୍ତୁତ ହୋଇଛି।

Leave A Reply

Your email address will not be published.