କଟକ: ପୁଣି ବ୍ରାଣ୍ଡ ଅସଲି ମାଲ୍ ନକଲି । କଟକ ମାଲଗୋଦାମରେ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଫ୍ୟାକ୍ଟ୍ରିରେ ବୁଧବାର ପୋଲିସ ଅତର୍କିତ ଚଢ଼ଉ କରିଛି। ଘଟଣାସ୍ଥଳରୁ ୧୫ କୁଇଣ୍ଟାଲ ଓଜନର ନକଲି ସାମଗ୍ରୀ ଜବତ କରିଛି ପୋଲିସ । ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।
ଏହି କେଳେଙ୍କାରୀର ମୁଖ୍ୟ କୁହାଯାଉଥିବା ସାର୍ତ୍ତଳରେ ରହୁଥିବା ଗୋବିନ୍ଦପୁରର ସଚିଦାନନ୍ଦ ସାହୁ ସମେତ ୩ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି। କଟକ ସହର ସମେତ ଜିଲ୍ଲା ବାହାରକୁ ଏହି ନକଲି ସାମଗ୍ରୀ ଚାଲାଣ ହେଉଥିବା ପୋଲିସ ତଦନ୍ତରୁ ଜଣାପଡିଛି।
Comments are closed.