Latest Odisha News

BREAKING NEWS

ଜାଣନ୍ତୁ, ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଜଉ କଳା ସମ୍ପର୍କରେ

ଭୁବନେଶ୍ୱର: ସଂସ୍କୃତି ରାଜ୍ୟ ଓଡିଶା। ଏହାର ଇତିହାସ ଯେତିକି ପୁରୁଣା ସେତିକି ଆଦୃତ ଓ ଖ୍ୟାତି ସମ୍ପନ୍ନ ଏହାର ଲୋକକଳା। ଓଡ଼ିଶାର କଳା ମଧ୍ୟରେ ଜଉ କଳା ଅନ୍ୟତମ।

ଜଉ କଳା ଲାଖ ଜଉକୁ ବ୍ୟବହାର କରି ତିଆରି କରାଯାଉଥିବା ନାନାଦି କଳାକୃତିକୁ ବୁଝାଇଥାଏ । ଓଡ଼ିଶାର ବାଲେଶ୍ଵରଠାରେ ପୁରାତନ ଜଉ କଳାର ଆରମ୍ଭ । ଏହା ଏକ ପାରମ୍ପରିକ ଓ ଲୁପ୍ତପ୍ରାୟ ଓଡ଼ିଆ କଳା । ଆଗରୁ ମେଳାମାନଙ୍କରେ ପ୍ରଚୁର ଭାବରେ ଜଉ କଣ୍ଢେଇ ମିଳୁଥିଲା । ଯାହା ଏବେ ଆଉ ଦେଖିବାକୁ ପ୍ରାୟତଃ ମିଳୁନାହିଁ।

ବାଲେଶ୍ଵରୀ ଜଉ କଣ୍ଢେଇ ଏକ ଜଉ ବା ଲାଖରୁ ତିଆରି ଏକ ପ୍ରକାରର କଣ୍ଢେଇ । ଆଗକାଳରେ ଜଉ ବା ଲାଖ ଅଧିକ ପରିମାଣରେ ମିଳୁଥିବାରୁ ଏଥିରେ କମ ଦରରେ କଣ୍ଢେଇ ସବୁ ତିଆରି କରାଯାଇ ପାରୁଥିଲା ।

ଜଉ ଶଙ୍ଖା ବା ଚୁଡ଼ି

ବାହାଘର ସମୟରେ କନିଆଁମାନଙ୍କୁ ଏହି ଚୁଡ଼ି ପିନ୍ଧାଯାଇଥାଏ । ଓଡ଼ିଶାର ଅନେକ ସ୍ଥାନରେ ଏବେ ବି ଜଉ ଶଙ୍ଖା ବା ଚୁଡ଼ି ନାରୀମାନେ ପିନ୍ଧିଥାନ୍ତି । ପୋଡ଼ା ମାଟିରେ ତିଆରି ଚୁଡ଼ି ଉପରେ ଗରମ ଲାଖର ଆବରଣ ଦିଆଯାଇ ସେଥିରେ ଛୋଟ ଛୋଟ ଆରିସି (ଆଇନା), ଧାତବ କୋଟିକମ କରା ଅଂଶ ସବୁ ଖଞ୍ଜାଯାଇଥାଏ । ଏହା ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ।

ଇତିହାସ:

ବାହାଘର ବେଳରେ ବରକନିଆଁଙ୍କୁ ଜଉ କଣ୍ଢେଇ ଯୋଡ଼ା ଉପହାର ଦେବର ବିଧି ରହିଅଛି ଯାହା ସେମାନଙ୍କ ସୁଖୀ ଜୀବନ କାମନା କରି କରାଯାଇଥାଏ । ଏହି ପ୍ରକାର ଜଉ କଣ୍ଢେଇରେ ଗୋଟିଏ ବର ଓ ଗୋଟିଏ କନିଆଁ ରହିଥାଏ ।

ଆଗରୁ ଏହି ଜଉ କଣ୍ଢେଇକୁ ନେଇ ପିଲାମାନେ ଖେଳୁଥିଲେ । ପିଲାମାନଙ୍କ ଜଉ କଣ୍ଢେଇ ବାହାଘର ମଧ୍ୟ କରାଯାଉଥିଲା । ଏଥିପାଇଁ ପାଲିଙ୍କି ବା ଟେମଜାନିର ବ୍ୟବହାର କରାଯାଉଥିଲା । ଏହି ବର କନିଆଁ ବାହାଘର ବାଲେଶ୍ଵରୀ ଲୋକ ପର୍ବ ଭାବରେ ଖ୍ୟାତି ଅର୍ଜନ କରିଥିଲା ।

Leave A Reply

Your email address will not be published.