Latest Odisha News

BREAKING NEWS

ଡକାୟତି ଯୋଜନା ପଣ୍ଡ, ୬ ଜଣଙ୍କୁ ଧରିଲା ପୁରୀ ପୋଲିସ

ପୁରୀ: ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ । ପୋଲିସ ଉଫରେ ମୋବା ଫିଙ୍ଗି ଖସି ଯିବାକୁ ଉଦ୍ୟମ କରିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ଖଣ୍ଡା, ଅଫୁଟା ବୋମା, ଲୁହାରଡ଼ ଓ ଟର୍ଚ୍ଚ ଲାଇଟ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ତଳମାଳି ସାହିର ରଖହରି ସ୍ୱାଇଁ, ରାମଚଣ୍ଡୀ ସାହି ବାଲିଉପର ବସ୍ତିର କାବୁ ପ୍ରଧାନ ଓ ବାବୁ ପ୍ରଧାନ, ଲୋକନାଥ ରୋଡର ଭାଗିରଥି ମାନସିଂ, ବଳିଆପଣ୍ଡା ଥାନା ଝୁମ୍ପୁଡି ବସ୍ତିର କିଷନ ସାହା ଓ ସଦର ଥାନା ଅନ୍ତର୍ଗତ ନୀଳଚକ୍ର ନଗରର ସୟାମତ ଖାନ । ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୯୯, ୪୦୨, ୩୫୩, ୩୦୭ ଓ ଆର୍ମସ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ ।

Leave A Reply

Your email address will not be published.