Latest Odisha News

BREAKING NEWS

ପୁଣି ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

ପାଟନା: ପୁଣି ମୁଖ୍ୟମନ୍ତ୍ରୀ ହେବ ନୀତିଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନୀତିଶ । ବିହାରରେ ପୁଣି ରାଜ କରିବେ ନୀତିଶ-ସୁଶିଲ ଯୋଡି । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି । ବର୍ତମାନର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ହିଁ ଉପମୁଖ୍ୟମନ୍ତ୍ରୀ ରହିବେ । ଏନେଇ ଆଜି ଏନ୍‌ଡିଏ ବୈଠକରେ ତାଙ୍କ ନାଁରେ ମୋହର ବାଜିଛି ।

ଏନଡିଏ ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ନୀତିଶଙ୍କ ନାଁ ଘୋଷଣା କରିଥିଲେ । ଏନଡିଏ ବୈଠକରେ ସମସ୍ତ ସହଯୋଗୀ ବିଜେପି, ଜେଡିୟୁ ଓ ଅନ୍ୟ ଦୁଇ ଦଳ ସାମିଲ ଥିଲେ । ବୈଠକ ପରେ ନୀତିଶ କୁମାର ରାଜଭବନ ଯାଇ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିବେ ।

କାଲି ସକାଳେ ବିହାରର ନୂଆ ସରକାର ଶପଥ ନେବା ସମ୍ଭାବନା ରହିଛି । ବିହାରରେ ନିର୍ବାଚନରେ ଏନଡିଏକୁ ୧୨୫ ଆସନ ମିଳିଛି । କିନ୍ତୁ ଜେଡିୟୁ ବଦଳରେ ଏଥର ବିଜେପି ମେଂଟରେ ସବୁଠାରୁ ବଡ ଦଳ ହୋଇଥିବାରୁ ମନ୍ତ୍ରିମଣ୍ଡଳରେ ବିଜେପିର ଅଧିକ ସଦସ୍ୟ ରହିବା ଆଶା କରାଯାଉଛି । ନୀତିଶ କୁମାରଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ଓ ନୂଆ ଚେହେରାଙ୍କୁ ସାମିଲ କରାଯାଇପାରେ । ବିଧାନସଭାର ସଂଖ୍ୟା ଅନୁସାରେ ରାଜ୍ୟରେ ସର୍ବାଧକ ୩୬ ଜଣ ମନ୍ତ୍ରୀ ଶପଥ ନେଇପାରିବେ ।

Leave A Reply

Your email address will not be published.