ଭୁବନେଶ୍ୱର : ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବନିର୍ବାଚିତ ଦୁଇ ଜଣ ବିଜେଡି ବିଧାୟକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା । ନଭେମ୍ବର ୧୦ ତାରିଖରେ ଗଣତି ପରେ ଫଳାଫଳ ପ୍ରକାଶ ପାଇଥିଲା । ଉଭୟ ବାଲେଶ୍ଵର ଓ ତିର୍ତ୍ତୋଲ ଆସନ ବିଜେଡି ହାତକୁ ଆସିଥିଲା । ତିର୍ତ୍ତୋଲ ଆସନରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦିବଂଗତ ବିଷ୍ଣୁଚରଣ ଦାସଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧୭୦୩ଟି ଭୋଟରେ ବିଜୟୀ ହୋଇଥିଲେ ।
ସେହିପରି ବାଲେଶ୍ୱରରେ ସ୍ୱରୂପ ଦାସ ବିଜୟୀ ହୋଇଥିଲେ ।
Comments are closed.