Latest Odisha News

ବିଧାନସଭାରେ ୧୧, ୨୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଆଜି ଆଗତ ହୋଇଛି ଚଳିତ ଅର୍ଥିକ ବର୍ଷର ଅତିରିକ୍ତ ବଜେଟ । ବିରୋଧୀଙ୍କ ହୋହଲ୍ଲା ଭିତରେ ମୋଟ୍ ୧୧ ହଜାର ୨୦୦ କୋଟିର ଅତିରିକ୍ତ ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଛନ୍ତି । ଫଳେ ଆଗାମୀ ଅତିରିକ୍ତ ବଜେଟ ପରେ ବଜେଟର ଆକାର ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନରୁ ହଟ୍ଟଗୋଳ କରିଛନ୍ତି ବିରୋଧୀ । ହାଜତ ମୃତ୍ୟୁ ଅଭିଯୋଗ ମାମଲାକୁ ନେଇ ଗୃହରେ ତମ୍ବି ତଫାନ କରିଥିଲେ କଂଗ୍ରେସ ଓ ବିଜେପି । ସର୍ବଦଳୀୟ ବୈଠକରେ ବି ନିଷ୍ପର୍ଷ ବାହାରି ପାରି ନଥିଲା ।

Leave A Reply

Your email address will not be published.