Latest Odisha News

୧୫ ବର୍ଷରୁ କମ୍ ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳିପାରିବେନି :ଆଇସିସି

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଖେଳାଳି ଶୁକ୍ରବାର ନୂତନ ନିୟମ ଜାରି କରିଛି । ଏହା ଅନୁସାରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ଜଣେ ଖେଳାଳିଙ୍କୁ ଅତି କମରେ ୧୫ ବର୍ଷ ହୋଇଥିବା ଆବଶ୍ୟକ । ଖେଳାଳିଙ୍କ ସୁରକ୍ଷା ପାଇଁ ଏହି ନିୟମ ଲାଗୁ କରାଯାଇଛି । ପାକିସ୍ତାନର ହାସନ ରାଜା ସର୍ବ କନିଷ୍ଠ ଖେଳାଳି ଭାବେ ୧୪ ବର୍ଷରେ ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ । ଯଦି କୌଣସି ଦେଶ ଏହାଠାରୁ କମ୍ ବୟସ ଖେଳାଳିଙ୍କୁ ଖେଳାଇବାକୁ ଚାହୁଁଥାଏ ତାହାହେଲେ ଆଇସିସିକୁ ଏଥିନେଇ ଆବେଦନ କରିବ । ଆଇସିସି ଅନୁଧ୍ୟାନ କରିବା ପରେ ଅନୁମତି ଦେବ କି ନାହିଁ ବିଚାର କରିବ ।

କମ୍ ବୟସରେ ଟେଷ୍ଟ ପଦାର୍ପଣ କରିଥିବା ଖେଳାଳି:
ହାସନ ରାଜା (ପାକିସ୍ତାନ): ୧୪ ବର୍ଷ ୨୨୭ ଦିନ
ମୁସ୍ତାକ ମହମ୍ମଦ (ପାକିସ୍ତାନ): ୧୫ ବର୍ଷ ୧୨୪ ଦିନ
ମହମ୍ମଦ ଶରୀଫ (ବାଂଲାଦେଶ):୧୫ ବର୍ଷ ୧୨୮ ଦିନ
ଆକ୍ୱିବ ଜାଭେଦ(ପାକିସ୍ତାନ):୧୬ ବର୍ଷ ୧୮୯ ଦିନ
ସଚିନ ତେନ୍ଦୁଲକର(ଭାରତ):୧୬ ବର୍ଷ ୨୦୫ ଦିନ

ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ସର୍ବକନିଷ୍ଠ ଖେଳାଳି :
ହାସନ ରାଜା (ପାକିସ୍ତାନ): ୧୪ ବର୍ଷ ୨୩୩ ଦିନ
ମହମ୍ମଦ ଶରୀଫ (ବାଂଲାଦେଶ): ୧୫ ବର୍ଷ ୧୧୬ ଦିନ
ଗୁରୁଦୀପ ସିଂ (କେନିୟା): ୧୫ ବର୍ଷ ୨୫୮ ଦିନ
ନୀତିଶ କୁମାର (କାନାଡା):୧୫ ବର୍ଷ ୨୭୩ ଦିନ
ରୋହିତ ପୌଡେଲ (ନେପାଳ): ୧୫ ବର୍ଷ ୩୩୫ ଦିନ

Leave A Reply

Your email address will not be published.