Latest Odisha News

BREAKING NEWS

ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ‘ନିଭାର’, ଆଜି ରାତିରେ ଲ୍ୟାଣ୍ଡଫଲ୍

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ବାତ୍ୟା ନିଭାର । ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରିଛି । ଗତ ୬ ଘଣ୍ଟା ହେବ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଆଗକୁ ବଢୁଛି । ଆଗାମୀ ୧୨ ଘଣ୍ଟାରେ ନିଭାର ଅଧିକ ଘନୀଭୂତ ହୋଇ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ।

ଆଜି ରାତିରେ ନିଭାର ତାମିଲନାଡୁ ଓ ପୁଡୁଚେରୀରେ ଉପକୂଳରେ କରାଇକାଲ ଓ ମାମଲ୍ଲାପୁରମ ନିକଟରେ ସ୍ଥଳଭାଗ ଛୁଇଁବ । ବାତ୍ୟା ନିଭାର ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୨୦-୧୩୦ କିଲୋମିଟର ଓ ଏହା ବଢ଼ି ୧୪୫ କିଲୋମିଟର ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବାତ୍ୟା ନିଭାରକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ପୁଡୁଚେରୀକୁ ଜାରି ହୋଇଛି ସାଇକ୍ଲୋନ ଓ୍ୱାର୍ଣ୍ଣିଂ । ୟେଲୋ ସତର୍କତା ଦେଇଛି ପାଣିପାଗ ବିଭାଗ । ଅଶାନ୍ତ ରହିଛି ସମୁଦ୍ର । ବଡ଼ ବଡ଼ ଜୁଆର ଉଠୁଛି । ବାତ୍ୟା ପ୍ରଭାବରେ ଉପକୂଳ ଓ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ କରାଇକାଲ, ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଦୁଇ ଦିନ ବର୍ଷିବ ବୋଲି କହିଛି ପାଣିପାଗ ବିଭାଗ । ତଳି ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

Leave A Reply

Your email address will not be published.