Latest Odisha News

BREAKING NEWS

ଏକାଠି ଅଭିନୟ କରିବେ ଶାହରୁଖ, ସଲମାନ ଓ ହ୍ରିତିକ୍ !

ମୁମ୍ବାଇ: ଦୁଇବର୍ଷର ମୌନବ୍ରତ ଭାଙ୍ଗି ଅପକମିଂ ପ୍ରୋଜେକ୍ଟ ପଠାନ୍‌ର ସୁଟିଂରେ ସାମିଲ ହୋଇଛନ୍ତି କିଙ୍ଗଖାନ୍ ଶାହରୁଖ । ଫଲ୍ମର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ଆନନ୍ଦ ସମ୍ଭାଳିଥିବାବେଳେ ଏଥିରେ ଦମ୍‌ଦାର ଆକ୍ସନ୍‌, ରୋମାନ୍ସ ଓ ସସ୍ପେନ୍ସ ସିକ୍ୱେନ୍ସ ମଧ୍ୟ ଦେଖିବାକୁ ମିଳିବ । କିଙ୍ଗଖାନ୍‌ଙ୍କ ସମେତ ଏହି ଫିଲ୍ମରେ ଦୀପିକା ପାଦୁକୋନ ଓ ଜନ୍ ଆବ୍ରାହାମ୍ ମଧ୍ୟ ନଜର ଆସିବେ ।

ଏବେ ଶୁଣିବାକୁ ମିଳିଛି ଏହି ଫିଲ୍ମରେ କୁଆଡେ ସଲମାନ ଓ ହ୍ରିତିକ ରୋଶନ ମଧ୍ୟ ନଜର ଆସିବେ । ମିଳିଥିବା ରିପୋର୍ଟ ଅନୁଯାୟୀ ୟଶରାଜ ଫିଲ୍ମସ ବ୍ୟାନର ତଳେ ନିର୍ମିତ ଫିଲ୍ମଗୁଡିକର ସ୍ପେଶାଲ ଏଜେଣ୍ଟଙ୍କୁ ନେଇ ଏକ କ୍ୟାମିଓ ସିକ୍ୱେନ୍ସ ସିରିଜ କ୍ରିଏଟ୍ କରାଯିବ । ଯେଉଁଥିରେ ଟାଇଗର୍ ଜିନ୍ଦା ହୈର ସଲମାନ, ଫିଲ୍ମ ୱାର୍‌ରୁ ହ୍ରିତିକ ରୋଶନ ଓ ପଠାନରେ ଶାହରୁଖଙ୍କ ସହ ଦୀପିକାଙ୍କୁ ନେଇ ଏକ ସିନ୍‌ର ସୁଟିଂ ହେବ ।

ତେବେ ଖବର ଯଦି ସତ ହୁଏ, ତେବେ ସଲମାନ ଫିଲ୍ମ ପଠାନରେ ନଜର ଆସିବେ । ସେହିଭଳି ଟାଇଗର ଜିନ୍ଦା ହୈ ଭଳି ଫିଲ୍ମର ନୂଆ ପାର୍ଟରେ ଶାହରୁଖଙ୍କୁ ଦେଖିବାକୁ ମିଳିବ । ଅନ୍ୟପଟେ ହ୍ରିତିକଙ୍କ ଫିଲ୍ମ ୱାର୍‌ରେ ସଲମାନ ଓ ଶାହରୁଖ ଦୁହେଁ କ୍ୟାମିଓ କିର୍ଦାରରେ ନଜର ଆସିବେ । ରିୟଲ ଲାଇଫରେ ତିନି ସୁପରଷ୍ଟାର ପରସ୍ପରଠୁ ଦୂରତା ରଖୁଥିଲେ ବି ରିଲ୍ ଲାଇଫରେ କିନ୍ତୁ ଏକାଠି ନଜର ଆସିପାରନ୍ତି ।

Leave A Reply

Your email address will not be published.